fbpx

ଅଚାନକ ଭୁଷୁଡି ପଡିଲା ଏକ ପୁରୁଣା କୋଠା, ୫ ମୃତ, ବହୁ ଲୋକ ଗୁରୁତର

ମଥୁରା: ଉତ୍ତରପ୍ରଦେଶ ମଥୁରାର ବାଙ୍କବିହାରୀ ମନ୍ଦିର ନିକଟରେ ମଙ୍ଗଳବାର ଏକ ପୁରୁଣା କୋଠା ଭୁଷୁଡି ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାର ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ ।

ବୃନ୍ଦାବନ ବାଙ୍କବିହାରୀ ମନ୍ଦିର କୁ ଯିବାକୁ ଥିବା ରାସ୍ତାର ଦୁସାୟତ ଅଞ୍ଚଳରେ ରହୁଥିବା ବିଷ୍ଣୁ ବାଗଙ୍କ ଘରର କିଛି ଅଂଶ ହଠାତ୍ ଭାଙ୍ଗି ପଡିଥିଲା । ଏହି ଘଟଣା ପରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ପ୍ରାୟ ଲୋକ ସେହି କୋଠାର ତଳେ ରହିଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା ହେଲେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣାରେ ଗୀତା କଶ୍ୟପ (୫୦), ଅରବିନ୍ଦ କୁମାର ଯାଦବ (୩୫), ଏବଂ କାନପୁରର ରଶ୍ମୀ ଗୁପ୍ତା(୫୨), ଭରିନ୍ଦଭାନରୁ ଅଞ୍ଜୁ ମୁର୍ଗାନ (୫୧) ଏବଂ ଦେଓରିଆର ଚନ୍ଦନ ରାୟ (୨୮) ଙ୍କ ମୃତ୍ୟୁ ହୋଇଛି ।

ତେବେ ସୂଚନା ଅନୁସାରେ କିଛି ଦିନ ହେବ ବହୁ ଲୋକ ବାଙ୍କ ବିହାରୀଙ୍କ ଦର୍ଶନ ପାଇଁ ଆସୁଥିବାରୁ ସେଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ତା କରିଥିଲା କିନ୍ତୁ ତାହା ବିଫଳ ହୋଇଥିଲା । ପୋଲିସର ସୂଚନା ଅନୁସାରେ ବାଙ୍କ ବିହାରୀ ମନ୍ଦିର ନିକଟରେ ଏକ ପୁରୁଣା କୋଠାର କିଛି ଅଂଶ ଭୁଷୁଡିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୪ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ ଏହି ଘଟଣା ସନ୍ଧ୍ୟା ସମୟରେ ଘଟିଛି । ପ୍ରଥମେ ବାଲୋକୋନି ଭୁଷୁଡିଥିଲା ଓ ଏହା କିଛି ଭକ୍ତଙ୍କ ଉପରେ ପଡିଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ କାନ୍ଥ ଭୁଷୁଡିପଡିଥିଲା । ବୃନ୍ଦାବନର ଏସଏଚଓ ବିଜୟକୁମାର ସିଂହ କହିଛନ୍ତି ଯେତେବେଳେ ବାଲକୋନୀ ଖସିଥିଲା ସେତେବେଳେ କିଛି ମାଙ୍କଡ ପରସ୍ପର ମଧ୍ୟରେ ଝଗଡା କରୁଥିଲେ । ମଥୁରା ପୋଲିସ କହିବା ଅନୁସାରେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 

Get real time updates directly on you device, subscribe now.