fbpx

ସବୁ ସମୟରେ ହୃଦଘାତର ଯନ୍ତ୍ରଣା ବାମପଟେ ଅନୁଭୂତ ହୁଏ ନାହିଁ, ଲକ୍ଷଣ ଚିହ୍ନିବାରେ ଭୁଲ୍ ନେଇଯାଇପାରେ ଜୀବନ

ମୁମ୍ବାଇ: ଗତ ୨ ବର୍ଷ ହେବ ହୃଦଘାତ ଲୋକଙ୍କ ମଧ୍ୟରେ ଭୀଷଣ ଆତଙ୍କ ସୃଷ୍ଟି କରିଛି । କରୋନା ପରେ ସ୍ୱାସ୍ଥ୍ୟକୁ ନେଇ ବହୁ ଲୋକ ସଚେନତ ମଧ୍ୟ ହୋଇଛନ୍ତି । ତେବେ ବହୁତ କମ୍ ବୟସରେ ହୃଦଘାତରେ ମୃତ୍ୟୁ ଘଟିବା ଏବେ ଡାକ୍ତରଙ୍କ ଲାଗି ମଧ୍ୟ ଚିନ୍ତାର କାରଣ ପାଲଟିଛି । ଯଦି ଏହାର କାରଣ ବଂଶଗତ ନୁହେଁ ତ ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାର କାରଣ ଜୀବନଶୈଳୀ ଜନିତ ରୋଗ ବୋଲି କୁହନ୍ତି । କିଛିମାତ୍ରାରେ ସତର୍କତା ଅବଲମ୍ବନ କଲେ ବହୁ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ନିମ୍ନରେ କିଛି ଳକ୍ଷଣ ବିଷୟରେ ପ୍ରକାଶ କରାଗଲା ଯାହାକୁ ଲକ୍ଷ୍ୟ କରି ଚିକିତ୍ସା କରାଗଲେ ରୋଗୀର ଜୀବନ ରକ୍ଷା ହୋଇପାରିବ ।
ରିସ୍କ ଫ୍ୟାକ୍ଟର:ହାର୍ଟ ଆଟାକ ଓ ଏସିଡ୍ କିମ୍ବା ଗ୍ୟାସର ଲକ୍ଷଣ ପ୍ରାୟ ସମାନ ରହିଥାଏ । କିନ୍ତୁ ଲୋକମାନେ ଏହି ଲକ୍ଷଣକୁ ଚିହ୍ନି ପାରି ନ ଥାନ୍ତି । ତେଣୁ ଆପଣଙ୍କୁ ଗ୍ୟାସ୍ ପରି ଅନୁଭୂତ ହେଲେ ଘରୋଇ ଚିକିତ୍ସା ପରିବର୍ତ୍ତେ ଡାକ୍ତରଙ୍କୁ ଦେଖାନ୍ତୁ । ଯଦି ଆପଣଙ୍କୁ ପୂର୍ବରୁ ବିପି କିମ୍ବା କୋଷଳଷ୍ଟ୍ରଲ ସମସ୍ୟା ରହିଛି ତେବେ ଆପଣ ଚେଷ୍ଟ ପେନକୁ ସିରିୟସଲି ନିଅନ୍ତୁ ।
ସବୁବେଳେ ବାମ ପଟେ ଯନ୍ତ୍ରଣା ହୁଏ ନାହିଁ: ବହୁ ଲୋକ ଭାବନ୍ତି ହୃଦଘାତରେ ବାମପଟ ଛାତିରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ବାସ୍ତବରେ ଏହି ଯନ୍ତ୍ରଣା ଛାତିର ମଧ୍ୟଭାଗ ଠାରୁ ଆରମ୍ଭ କରି ବାମ ଡାହାଣ, କାନ୍ଧ ପର୍ଯ୍ୟନ୍ତ ବି ହୋଇପାରେ । ମଝି ଛାତିରେ ଯନ୍ତ୍ରଣା ହେବାକୁ ବହୁ ଲୋକ ଗ୍ୟାସ ସମସ୍ୟା ବୋଲି ଭାବି ନିଅନ୍ତି ।
ପୂର୍ବରୁ ଦେଖାଯାଇଥାଏ ଏହି ଲକ୍ଷଣ:ବହୁ ରୋଗୀଙ୍କ ହୃଦଘାତ ହେବାର ଏକ ଦୁଇଦିନ ପୂର୍ବରୁ ଅସ୍ତବ୍ୟସ୍ତ ଲଶଗିଥାଏ । ନିଦ ଆସିବାରେ ସମସ୍ୟା ହୋଇଥାଏ । ଛାତିରେ ଚାପ ଅନୁଭୂତ ହୋଇଥାଏ । କିଛି ବି ଶାରୀରିକ ପରିଶ୍ରମ କଲେ ଏହି ଯନ୍ତ୍ରଣା ବଢିଥାଏ । ହୃଦଘାତର ଯନ୍ତ୍ରଣା ଶରୀରର ବହୁ ସ୍ଥାନରେ ଅନୁଭୂତ ହୋଇଥାଏ । ଯନ୍ତ୍ରଣା ଅନୁଭୂତ ହେବା ସହିତ ଯଦି ଆପଣଙ୍କର ବାନ୍ତି ହେଉଛି ଓ ଝାଳ ବୋହି ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ସବୁଠାରୁ ବଡ କଥା ହେଉଛି ଏପରି ସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ ଓ ରୋଗୀଙ୍କୁ ଭୟଭୀତ କରାନ୍ତୁ ନାହିଁ ।

Get real time updates directly on you device, subscribe now.