fbpx

ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ କଳି କେବେ ଛିଡ଼ିବ?

ଓଡିଶା ଭାସ୍କର; ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିରୋଧ କରିଛି । ଉଠା ଦୋକାନୀମାନେ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଆଜି ଅପରାହ୍ନରେ ଉଠା ଦୋକାନୀମାନେ ମାର୍କେଟ ବିଲ୍ଡିଂରେ ନିଜର ପସରା ମେଲାଇବାକୁ ଚେଷ୍ଟା କରିଥିଲେ । ହେଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାମାନେ ସେମାନଙ୍କୁ ବିରୋଧ କରି ଏଠାରେ ଦୋକାନ ଖୋଲିପାରିବ ନାହିଁ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ଉଠା ଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଉଭୟଙ୍କ ଭିତରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

ସୂଚନା ଥାଉକି, କିଛି ଦିନ ପୂର୍ବରୁ ଉଭୟ ସଂଘ ଧାରଣାରେ ବସିଥିଲେ । ଏମିତିକି ଭୁବନେଶ୍ୱରର ଖୁବ ଜଣାଶୁଣା ଏହି ବ୍ୟବସାୟିକ ବଜାର କିଛି ଦିନ ପାଇଁ ବନ୍ଦ ରହିଥିଲା । ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲେ । ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ । ତେବେ କିଛି ଦିନ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ପରେ ଅଗଷ୍ଟ ୩ ତାରିଖରେ ଖୋଲିଥିଲା । ଦୀର୍ଘ ୧୫ ଦିନ ପରେ ବହୁ ବୁଝାସୁଝା ପରେ ମାର୍କେଟ ବିଲ୍ଡିଂ ଖୋଲିଥିଲା । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ବୋଲି କୁହାଯାଇଥିଲା । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ ବିଏମସି ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।

 

Get real time updates directly on you device, subscribe now.