fbpx

ସମାନ ଏବଂ ସାମୂହିକ ସମୃଦ୍ଧି ହାସଲ କରିବା ଦିଗରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ସମାନ ଏବଂ ସାମୂହିକ ସମୃଦ୍ଧି ହାସଲ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି ଏବଂ ୨୦୪୭ ସୁଦ୍ଧା ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଅର୍ଥ ବ୍ୟବସ୍ଥାର ଉତ୍ସାହଜନକ ସ୍ଥିତିକୁ ନେଇ ଭାରତୀୟ ଷ୍ଟେଟବ୍ୟାଙ୍କ ତା’ର ଗବେଷଣାତ୍ମକ ରିପୋର୍ଟରେ ଦର୍ଶାଇଛି ।

ଗତ ୯ ବର୍ଷ ଭିତରେ ଦେଶର ହାରାହାରି ମୁଣ୍ଡପିଛା ଆୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ଏହି ଆୟ ୨୦୪୭ ମସିହା ବେଳକୁ ପାଖାପାଖି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ତାର ରିପୋର୍ଟରେ ଦର୍ଶାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ହାରାହାରି ମୁଣ୍ଡପିଛା ଆୟ ୨ ଲକ୍ଷ ଟଙ୍କା ଥିବା ବେଳେ, ୨୦୪୭ ମସିହା ବେଳକୁ ଏହି ପରିମାଣ ୭ ଗୁଣ ବୃଦ୍ଧି ପାଇବ । ଡଲାର ହିସାବରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ୫ ଗୁଣ ବୃଦ୍ଧି ପାଇବ । ରିପୋର୍ଟରେ ଆହୁରି କୁହାଯାଇଛି ୨୦୪୭ ଆର୍ଥିକ ବର୍ଷ ଶେଷ ବେଳକୁ ୨୫ ପ୍ରତିଶତ କରଦାତା ସର୍ବନିମ୍ନ ଆୟ ବର୍ଗରୁ ମଧ୍ୟମ ବର୍ଗକୁ ଏବଂ ଉଚ୍ଚ ଆୟବର୍ଗକୁ ଉଠିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.