fbpx

ChatGPT ମାଧ୍ୟମରେ ଆପଣ କେମିତି ଅର୍ଥ ରୋଜଗାର କରିବେ: ଜାଣନ୍ତୁ ୫ଟି ବେଷ୍ଟ ଫର୍ମୂଲା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା (ଏଆଇ)କୁ ନେଇ ସାରା ବିଶ୍ୱରେ ବେଶ୍ ଚର୍ଚ୍ଚା ଚାଲିଛି । ଏଆଇ ମଣିଷକୁ ପ୍ରତ୍ୟେକ କାର୍ଯ୍ୟରେ ଯଥେଷ୍ଟ ମାତ୍ରାରେ ସହାୟତା ପ୍ରଦାନ କରିବ ବୋଲି କୁହାଯାଉଛି । ତେଣୁ ଏଆଇ ପାଇଁ ଅନେକ ଲୋକ ଚାକିରି ହରାଇ ପାରନ୍ତି ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଉଛି । ତେବେ ଦିନକୁ ଦିନ ଡିଜିଟାଲ ମିଡ଼ିଆର ଉପଯୋଗ ବଢ଼ୁଥିବା ବେଳେ ଆପଣମାନେ ଏ କ୍ଷେତ୍ରରେ ଅର୍ଥ ରୋଜଗାରର ଉତ୍ସ ତିଆରି କରିପାରିବେ ।

ଆପଣମାନେ ଚାହିଁଲେ ଚାଟଜିପିଟି ଜରିଆରେ ଅନେକ ଅର୍ଥ ରୋଜଗାର କରିପାରିବେ । ସର୍ବପ୍ରଥମେ ଆପଣଙ୍କୁ ଗୁଗଲ କ୍ରୋମ ବା ମୋଜିଲା ଫାୟାରଫକ୍ସରେ chat.openai.com ଖୋଲିବାକୁ ପଡ଼ିବ । ଏହାପରେ ନିଜର ଇ-ମେଲ ଆଇଡି ଓ ମୋବାଇଲ ନମ୍ବର ଦେଇ ଲଗିନ୍ କରିବେ । ଏହାପରେ ନିଜର ପ୍ରୋଫାଇଲ ନାମ ଦେବା ପରେ ନ୍ୟୁ ଚାଟରେ ନିଜେ ଯେ କୌଣସି ପ୍ରଶ୍ନ ପଚାରି ପାରିବେ । ସେଠାରେ ଆପଣଙ୍କୁ କେବଳ ଗୋଟିଏ ଉତ୍ତର ମିଳିବ ।

୧- ଆପଣମାନେ ଚାଟଜିପିଟିର ଉପଯୋଗ କରି ବିଭିନ୍ନ ଭାଷାରେ ଅନୁବାଦ କରିବା ସହ ଭଲ ଅର୍ଥ ରୋଜଗାର କରି ପାରିବେ ।

୨- ଆଜିକାଲି ଲୋକମାନେ ସୋସିଆଲ ମିଡ଼ିଆରୁ ଖୁବ୍ ଅର୍ଥ ରୋଜଗାର କରୁଛନ୍ତି । ତେଣୁ ଆପଣମାନେ ମଧ୍ୟ ଚାଟଜିପିଟିକୁ ବ୍ୟବହାର କରି ସୋସିଆଲ ମିଡ଼ିଆ ପୋଷ୍ଟ, କ୍ୟାପସନ୍, ପ୍ରତିକ୍ରିୟା ଦେଇ ପାରିବେ । ଏହା ଆପଣଙ୍କ ପୋଷ୍ଟକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ସହାୟତା ପ୍ରଦାନ କରିବ ।

୩- ଆପଣ ଶିକ୍ଷା ଗାଇଡ୍, ପ୍ରଶ୍ନ-ଉତ୍ତର ଓ ମତାମତ ପ୍ରଦାନ କରିବା ପାଇଁ ଚାଟଜିପିଟିର ସହାୟତା ନେଇ ପାରିବେ । ସେଠାରେ ଆପଣଙ୍କୁ ପ୍ରତ୍ୟେକ ବିଷୟର ଜବାବ ମିଳିବ ।

୪- ଯେ କୌଣସି କମ୍ପାନୀ ସହିତ ଆପଣ ବୁଝାମଣା କରି ବିଜ୍ଞାପନ ଓ ପ୍ରମୋଟ କରି ପାରିବେ ।

୫- ଚାଟଜିପିଟିର ସହଯୋଗରେ ଆପଣ ଉଚ୍ଚମାନର ବ୍ଲଗ ପୋଷ୍ଟ ଲେଖିପାରିବେ । ଏଥିସହିତ କୌଣସି କମ୍ପାନୀ, ୱେବସାଇଟରେ ଫ୍ରିଲାନ୍ସର ଭାବେ କାମ କରି ଅର୍ଥ ରୋଜଗାର କରିପାରିବେ । ଆପଣ ଚାଟଜିପିଟି ମାଧ୍ୟମରେ ନିଜର ୱେବସାଇଟ୍ ତିଆରି କରିପାରିବେ ।

Get real time updates directly on you device, subscribe now.