fbpx

(Video) ‘Gadar-2’ ପରେ ଖୁବଶୀଘ୍ର ପରଦାକୁ ଆସିବ ‘Gadar-3’ : ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ରେ କମ୍ପିବ ସିନେମା ହଲ୍

ମୁମ୍ବାଇ: ବର୍ତ୍ତମାନ ସିନେମା ହଲ୍ ରେ ରାଜ୍ କରୁଛି ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ‘ଗଦର-୨’ । ୯୦ ଦଶକର ତାରା-ସାକିନା ଯୋଡ଼ି ସାଙ୍ଗକୁ ସନ୍ନିଙ୍କ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ଡାଇଲଗରେ ଏବେ ସିନେମା ହଲ୍ କମ୍ପି ଉଠୁଛି । ରିଲିଜର ନବମ ଦିନରେ ‘ଗଦର-୨’ ଏବେ ‘ବାହୁବଳୀ-୨’ ଏବଂ ‘ପଠାନ୍’ର ରେକର୍ଡକୁ ବି ପଛରେ ପକାଇ ଦେଇଛି । ତେବେ ଏହି ସଫଳତା ମଧ୍ୟରେ ସୁପରଷ୍ଟାର ସନ୍ନି ଦେଓଲଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ‘ଗଦର-୨’ ସିନେମା ପ୍ରତି ଦର୍ଶକଙ୍କ ଭଲ ପାଇବା ଦେଖି ମେକର୍ସ ଏହାର ତୃତୀୟ ସିକ୍ୱେଲ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଇଣ୍ଟରନେଟରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏୟାରପୋର୍ଟରେ ସନ୍ନିଙ୍କୁ ‘ଗଦର-୨’ ସଫଳତାର ଶୁଭେଚ୍ଛା ଜଣାଇଥିଲେ ପ୍ରଶଂସକ । ଏହି ସମୟରେ ସନ୍ନିଙ୍କୁ ‘ଗଦର-୩’କୁ ନେଇ ପ୍ରଶ୍ନ କରାଯାଇଥିଲା । ତେବେ ସନ୍ନି ଦେଓଲ ଏ ନେଇ କହିଛନ୍ତି ଯେ, ଖୁବଶୀଘ୍ର ‘ଗଦର-୩’ ପ୍ରସ୍ତୁତ ହେବାକୁ ଯାଉଛି । ତେବେ ସନ୍ନିଙ୍କ ଏହି ବୟାନ ଏବେ ଫ୍ୟାନ୍ସମାନଙ୍କୁ ପାଗଳ କରି ଦେଇଛି । ଗଦର-୨ ବର୍ତ୍ତମାନ ସିନେ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ବେଳେ ଗଦର-୩କୁ ନେଇ ‘ତାରା ସିଂହ’ଙ୍କ ଏହି ବୟାନ ଖୁବ ଭାଇରାଲ ହେଉଛି । ଏବେ ଗଦର-୩କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ବଢି ଯାଇଥିବା ବେଳେ ଏହାକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ ।

ସୂଚନା ଥାଉ କି ସାରା ଦେଶରେ ଏବେ ସନ୍ନି ଦେଓଲଙ୍କ ସୁପରହିଟ ଫିଲ୍ମ ‘ଗଦର-୨’ର ଜଲୱା ଜାରି ରହିଛି । ଷ୍ଟୋରୀ, ଫାଇଟ, ଡାଇଲଗ୍ ସାଙ୍ଗକୁ ‘ଗଦର’ ସିନେମାର ଲୋକପ୍ରିୟ ଗୀତକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଦର୍ଶକଙ୍କୁ ହଲରେ ବାନ୍ଧି ରଖିଛି । ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ‘ଗଦର-୨’ ଅକ୍ଷୟ କୁମାରଙ୍କ ‘OMG-2’ କୁ ଖୁବ ପଛରେ ପକାଇ ସିନେମା ଦୁନିଆରେ ରାଜୁତି କରିଚାଲିଛି ।

Get real time updates directly on you device, subscribe now.