fbpx

ଛାତ୍ରଛାତୀଙ୍କ ଆତ୍ମହତ୍ୟା ପାଇଁ ପ୍ରତିବାଦ : ସରକାରଙ୍କ ଦିନିକିଆ ଅନଶନ

ଚେନ୍ନାଇ : ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିଟ (ନ୍ୟାସନାଲ ଏଣ୍ଟ୍ରାନସ କମ ଏଲିଜିବିଲିଟି )ଉଚ୍ଛେଦ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିଙ୍କ ଅନଶନରେ ଅଛନ୍ତି । ତେବେ ରାଜ୍ୟରେ ଡିଏମକେ ଦର୍ମଘଟ କରିବା ସହିତ ଅନଶନ ମଧ୍ୟ କରିଛି ।

ଏହାର ନେତୃତ୍ୱ ନେଇଛନ୍ତି ରାଜ୍ୟର ଯୁବ ଶାଖାର ମୁଖ୍ୟ ଉଦୟନିଧି ଷ୍ଟାଲିନ । ତେବେ ସୂଚନା ଅନୁସାରେ ଚେନ୍ନାଇର ବାଲ୍ଲୁବାର କୋଟ୍ଟାମରୁ ଆରମ୍ଭ ହୋଇଛି ଏହି ପ୍ରତିବାଦ । ନିଟ ପ୍ରବେଶିକା ପରିକ୍ଷାରେ କୃତକାର୍ଯ୍ୟ ନ ହୋଇ ଆତ୍ମହତ୍ୟା କରିଥିବା ପାଠ ପଢା ପିଲାମାନଙ୍କ ଫଟୋକୁ ମଞ୍ଚରେ ରଖାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଗତ ସପ୍ତାହରେ ଚେନ୍ନାଇର କ୍ରୋମେଟେ ଅଞ୍ଚଳରେ ନିଟ ପରୀକ୍ଷାରେ ଅସଫଳ ହେବା ପରେ ଜଣେ ୧୯ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିଲେ । ଏହା ପରେ ତାଙ୍କ ବାପା ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହା ପରେ ନିଟ ପରୀକ୍ଷା ଉଚ୍ଛେଦ କରିବା ପାଇଁ ରାଜ୍ୟରେ ପ୍ରତିବାଦ ଚାଲିଛି । ତାମିଲନାଡୁ ସରକାରଙ୍କ କହିବା ଅନୁସାରେ ଅନେକ ଥର କେନ୍ଦ୍ର ସରକାରଙ୍କୁ ନିବେଦନ କରିବା ପରେ ସରକାର ଏନେଇ ଦୃଷ୍ଟି ଦେଇ ନାହାନ୍ତି । ଯାହା ଫଳରେ ଆମେ ଆଜି ଏହି ଅନଶନ ପାଇଁ ନିଷ୍ପତି ନେଇଛୁ ।

Get real time updates directly on you device, subscribe now.