fbpx

୨୦୦୦ ମସିହାରୁ ଲଗାତାର ବଢ଼ୁଛି ଭାରତୀୟଙ୍କ ସମ୍ପତ୍ତି, କ’ଣ ସମସ୍ତେ ଧନୀ ହେବାକୁ ଯାଉଛନ୍ତି ? ଦେଖନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ (ୟୁବିଏସ୍) ରୁ ଏକ ରିପୋର୍ଟ ଆସିଛି ଯାହା ‘Global Wealth Report 2023′ ନାମରେ ଜାରି ହୋଇଛି । କୁହାଯାଇଛି ଯେ, ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ ବୟସ୍କମାନଙ୍କ ପାଖରେ ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ ରହିଛି ।

ରିପୋର୍ଟ ଅନୁଯାୟୀ, ଯଦି ଦେଶର ଲୋକଙ୍କ ଧନ ଏହିପରି ବଢ଼େ, ତେବେ ଶୀଘ୍ର ଭାରତର ଲୋକମାନେ ଧନୀ ହୋଇଯିବେ । ଏହା କୁହାଯାଇଛି ଯେ, ୨୦୦୦ ମସିହାରୁ ଭାରତର ଲୋକଙ୍କ ଧନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାର ତୁଳନା ବିଶ୍ୱର ହାରାହାରି ସମ୍ପତ୍ତି ସହ କଲେ ଏବେ ବି ଭାରତ ପଛରେ ରହିଛି । ଭାରତୀୟ ବୟସ୍କଙ୍କ ସମ୍ପତ୍ତି ବିଶ୍ୱର ହାରାହାରି ଠାରୁ ପାଞ୍ଚ ଗୁଣ କମ୍ । ଅର୍ଥାତ୍ ବିଶ୍ୱର ହାରାହାରି ପ୍ରାୟ ୭୦ ଲକ୍ଷ ଟଙ୍କା ରହିଛି ।

୨୦୦୮ ରୁ ୨୦୨୨ ପର୍ଯ୍ୟନ୍ତ ବିଶ୍ୱର ଲୋକଙ୍କ ସମ୍ପତ୍ତିରେ ହ୍ରାସ :-

୧ ଜୁନ୍ ୨୦୨୩ ରେ ପ୍ରକାଶିତ Global Wealth Report 2023ରେ କୁହାଯାଇଥିଲା ଯେ, ୨୦୦୮ ରୁ ୨୦୨୨ ମଧ୍ୟରେ ସାରା ବିଶ୍ୱରେ ଲୋକଙ୍କ ଧନ ହ୍ରାସ ପାଇଛି । ୨୦୨୨ ମସିହାରେ, ବିଶ୍ୱର ମୋଟ ବ୍ୟକ୍ତିଗତ ସମ୍ପତ୍ତି ୪୫୪.୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି ଅର୍ଥାତ୍ ପ୍ରାୟ ୩୮ ହଜାର ଲକ୍ଷ କୋଟି ଟଙ୍କା । ଯାହା ଗତ ବର୍ଷ ଅର୍ଥାତ୍ ୨୦୨୧ ର ବ୍ୟକ୍ତିଗତ ସମ୍ପତ୍ତି ତୁଳନାରେ ୧୧.୩ ଟ୍ରିଲିୟନ ଡଲାର ଅର୍ଥାତ୍ ମୋଟ ପ୍ରାୟ ୯୪୦ ଲକ୍ଷ କୋଟି ଟଙ୍କା କମ୍ ।

ଭାରତରେ ଧନ ସହିତ ବଢ଼ୁଛି ଅସମାନତା ହାର :-
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଧନ ସହିତ ଭାରତରେ ଅସମାନତା ମଧ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଆକଳନରୁ ବୁଝାପଡୁଛି କି, ୨୦୦୦ ମସିହାରେ ଭାରତର ମୋଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତଙ୍କ ପାଖରେ ଦେଶର ୩୩.୨ ପ୍ରତିଶତ ସମ୍ପତ୍ତି ଥିଲା । କିନ୍ତୁ ୧୨ ବର୍ଷ ପରେ ଅର୍ଥାତ୍ ୨୦୨୨ ସୁଦ୍ଧା ସେହି ୧ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ୪୦.୪ ପ୍ରତିଶତ ସମ୍ପତ୍ତି ହୋଇଛି ।

Global Wealth Report 2023ରେ କୁହାଯାଇଛି ଯେ, ୨୦୨୨ ସୁଦ୍ଧା ଦେଶରେ ମୋଟ ୮.୪୯ ଲକ୍ଷ ବିଲିୟନେୟାର ଥିଲେ । ଏଥିମଧ୍ୟରୁ ୫,୪୮୦ ଜଣ ବିଲିୟନେୟାର ଏପରି, ଯାହାଙ୍କର ସମ୍ପତ୍ତି ୧୦୦ ମିଲିୟନ ଡଲାରରୁ ଅଧିକ ।

ଆଗାମୀ ୫ ବର୍ଷରେ ଭାରତରେ କୋଟିପତିମାନେ ଦ୍ୱିଗୁଣିତ ହେବେ :-

ନାଇଟ୍ ଫ୍ରାଙ୍କଙ୍କ ‘Global Wealth Report 2023’ ମଧ୍ୟ ଦାବି କରିଛି ଯେ ଆସନ୍ତା ୫ ବର୍ଷରେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ । ୨୦୨୨ ମସିହାରେ ଭାରତରେ ୧୬୧ ବିଲିୟନେୟାର ଅଛନ୍ତି, ଯାହା ୧୯୫ କୁ ବୃଦ୍ଧି ପାଇବ ବୋଲି ଦାବି କରାଯାଉଛି ।

Get real time updates directly on you device, subscribe now.