fbpx

ହରିୟାଣାରୁ ଓଡିଶା ଆସି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ

ରାଉରକେଲା; ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ । ପୋଲିସ ହାତରେ ଧରାପଡ଼ିବା ପରେ ସେମାନଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଜାତୀୟ ବୈଷୟିକ ପ୍ରତିଷ୍ଠାନ -ରାଉରକେଲା ଏନ୍ଆଇଟିରେ ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହିସମୟରେ ହରିଆଣାର ୪ ଜଣ ଯୁବକ ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ହଲରେ ବସିଥିବା ପ୍ରଫେସର ଅନୀଲ ସିଂ ଜାଣିବାକୁ ପାଇଥିଲେ । ସେମାନଙ୍କୁ ପରୀକ୍ଷା ହଲରେ ଯାଞ୍ଚ କରିବାରୁ ସେମାନେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିଥିଲେ । ଏହା ପରେ ସେ ରାଉରକେଲା ସେକ୍ଟର-୩ ଥାନାକୁ ଏନେଇ ଅବଗତ କରାଇଥିଲେ । ଏହାପରେ ଏହି ଅଭିଯୋଗକୁ ଆଧାର କରି ୪ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ନକଲି ପରୀକ୍ଷାର୍ଥୀ ମାନେ ହରିୟାଣା ରାଜ୍ୟର ବୋଲି ତଦନ୍ତରୁ ଜଣାପଡିଛି । ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ । ଅନ୍ୟ ଛାତ୍ରଙ୍କ ପାଇଁ ଏମାନେ ହରିୟାଣାରୁ ଓଡିଶା ଆସି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତିର ଲିଖିତ ପରୀକ୍ଷା ଦେଉଥିଲେ ।

ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଏ ସବୁ ଦିଗରେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ଲିଙ୍ଗି କହିଛନ୍ତି ।

Get real time updates directly on you device, subscribe now.