fbpx

ଯାଧବପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ବଡ ଖବର, ଇସ୍ତଫା ଦେଲେ ବିଜ୍ଞାନ ବିଭାଗର ଡିନ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଯାଦବପୁର ୟୁନିଭରସିଟିରେ ଛାତ୍ରମାନଙ୍କ ମୃତ୍ୟୁ ମାମଲାରେ ୧୯ ଜଣ ସଦସ୍ୟ ଯାଞ୍ଚ କରୁଥିଲେ । ସେମାନଙ୍କ ନେତୃତ୍ୱ ନେଉଥିବା ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗ ଡିନ ସୁବେନଏ ଚକ୍ରବତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଏହି ୟୁନିଭରସିଟିର ଜଣେ ଛାତ୍ର ୯ ଅଗଷ୍ଟରେ ରାତିରେ ହଷ୍ଟେଲର ୨ୟ ମହଲାରୁ ଡେଇଁଥିଲେ । ୧୦ ଅଗଷ୍ଟ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ରାଗିଙ୍ଗ ହୋଇଥିବା ଆରୋପ ଲାଗିଥିଲା । ଏହା ଛଡା ବିଜେପି ଏଠାରେ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇଛି । ଭାଜପା କହିବା ଅନୁସାରେ ଆରୋପିମାନଙ୍କୁ ସରକାର ବଞ୍ଚାଇ ରଖୁଛନ୍ତି ।

ଏହି ମାମଲାରେ ଭାରତୀୟ ଜନାତା ପାର୍ଟିର ଯୁବ ମୋର୍ଚ୍ଚା ୧୮ ଅଗଷ୍ଟରେ ସଭା ପାଇଁ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୋଲିସ ମଞ୍ଚ ଖାଲି କରିବା ସହିତ ସେଠାରେ ଥିବା ଲାଉଡସ୍ପିକର ଅନ୍ୟାନ୍ୟ ସାମଗ୍ରୀ ନିଜ ଗାଡିରେ ନେଇ ରଖିଥିଲା । ଏହା ପରେ ସେଠାରୁ ନିରାଶ ହୋଇଥିଲେ ଭାଜପା ଯୁବ ନେତା ଏହା ପରେ ଭାଜପା କାର୍ଯ୍ୟକର୍ତ୍ତା ମାନେ ମମତା ବାନାଜୀଙ୍କ ବିରୋଧରେ ନାରାବାଜୀ କରିଥିଲେ ।

ଏହି ମାମଲା ପରେ ବିରୋଧି ନେତା ସୁଭେନ୍ଦୁ ଅଧିକାରୀ ବିପ୍ଲବୀ ଛାତ୍ର ସଂଘର କର୍ମୀ ମାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସୁଭେନ୍ଦୁ ଅଧିକାରୀ ନ୍ୟୁଜ ଏଜେନ୍ସିଙ୍କୁ କହିଛନ୍ତି ମମତା ବାନାର୍ଜି ଜାତୀୟ ବିରୋଧି ସେ ବିଶ୍ୱବିଦ୍ୟାଳରେ ପତକା ନ ଲଗାଇବା ଏବଂ ବନ୍ଦେ ମାତରମ ନ କହିବା ଉପରେ ରୋକ ଲଗାଇଥିଲେ । ଏହା ଛଡା ପୋଲିସ ଏକ କାଶ୍ମିର ଯୁବକଙ୍କୁ ଗିରଫ କରିଛି ଯାହା ପାଖରେ ଆବାସୀକ ପ୍ରମାଣପତ୍ର ଅଛି । ତେବେ ରାଜ୍ୟରେ ଘଟୁଥିବା ଏହି ଘଟଣା ଗୁଡିକରେ ମମତା ବାନାର୍ଜିଙ୍କ ସହିତ ତାଙ୍କ ବନ୍ଧୁମାନେ ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.