fbpx

ଆଉ ଏକ ସୀମାପାର ପ୍ରେମ କାହାଣୀ : ଦକ୍ଷିଣ କୋରିଆର ଝିଅ ଶାହାଜାହାପୁରର ହେଲେ ବୋହୂ

ଶାହାଜାହାପୁର: ପାକିସ୍ତାନର ସୀମା ଓ ଭାରତର ଅଞ୍ଜୁ ପରେ ଏବେ ପୁଣି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏବେ ଦକ୍ଷିଣ କୋରିଆର ଜଣେ ଯୁବତୀ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ କୋରିଆର କିମ ଏବେ ଶହାଜାହାନପୁରର ବୋହୂ ହୋଇଛନ୍ତି। ବିବାହକୁ ଦୁଇ ପରିବାରଙ୍କ ସମ୍ମତି ମଧ୍ୟ ମିଳିଛି ଏବଂ ବିବାହରେ ସବୁ ବନ୍ଧୁ ମାନେ ଉପସ୍ଥିତ ଥିଲେ । କିମ ସୁଖଜିତଙ୍କ ମଧ୍ୟରେ ୬ ବର୍ଷ ହେବ ପ୍ରେମ ଚାଲିଥିବା ଜଣାପଡିଛି।

ସୁଖଜିତ ସିଂହ ଦକ୍ଷିଣ କୋରିଆର ବୁସେନେରେ ଏକ କଫି ସପରେ ବିଲ କାଉଣ୍ଟରରେ କାମ କରୁଥିଲେ। ସେହି ସମୟରେ ତାଙ୍କର କିମଙ୍କ ସହିତ ଦେଖା ହୋଇଥିଲା । ଏହାପରେ ଦୁହିଁଙ୍କ ଭିତରେ ସମ୍ପର୍କ ଗଢିଉଠିଥିଲା । ଏହା ମଧ୍ୟରେ ସୁଖଜିତ କିମଙ୍କ ସହିତ କଥା ହେବା ପରେ ସେ କୋରିଆ ଭାଷା ମଧ୍ୟ ଶିଖିଥିଲେ । ଉଭୟ ୬ ବର୍ଷ ରହିବା ପରେ ଦୁହିଁଙ୍କ ପରିବାର ଲୋକଙ୍କ ସହମତି ପରେ ସେମାନେ ବିବାହ କରିବାକୁ ନିଷ୍ପତି ନେଇଥିଲେ ।

ତେବେ ଏହି ୨ ଜଣ ୧୮ ଅଗଷ୍ଟରେ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିଥିଲେ । ଭାରତରେ ରହିବା ପାଇଁ କିମ ୫ ବର୍ଷର ଭିସା ପାଇଛନ୍ତି । ସେମାନେ ଏବେ କିଛି ମାସ ପାଇଁ ଭାରତରେ ଅଛନ୍ତି ଏହା ପରେ ଦୁଇଜଣ କୋରିଆ ଫେରିଯିବେ ।

Get real time updates directly on you device, subscribe now.