fbpx

ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଦୀର୍ଘ ୪୦ ବର୍ଷ ପରେ ଭାରତର ପିଏମ୍‌ଙ୍କ ଗ୍ରୀସ୍‌ ଯାତ୍ରା

ନୂଆଦିଲ୍ଲୀ; ଅଗଷ୍ଟ ୨୨ ତାରିଖ ମଙ୍ଗଳବାର ବା ଆସନ୍ତାକାଲି ସକାଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସର ୧୫ତମ ଶିଖର ସମ୍ମିଳନୀରେ ଭାଗନେବେ ମୋଦି। ସେଠାରୁ ଅଗଷ୍ଟ ୨୫ରେ ଏକଦିବସୀୟ ସରକାରୀ ଗସ୍ତରେ ୟୁନାନ୍‌ ଯାତ୍ରା କରିବେ। ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ସୋମବାର ଏକ ପ୍ରେସ୍‌ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କାଲି ସକାଳେ ନୂଆଦିଲ୍ଲୀରୁ ଜୋହାନ୍ସବର୍ଗ ପାଇଁ ଯାତ୍ରା ଆରମ୍ଭ କରିବେ। ଏଠାରେ ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ବ୍ରାଜିଲ୍‌, ରୁଷ୍‌, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ)ର ୧୫ତମ ଶିଖର ସମ୍ମିଳନୀରେ ଯୋଗ ଦେବେ।

ଏହାପରେ ମୋଦି ଅଗଷ୍ଟ ୨୫ରେ ୟୁନାନ୍‌ (ଗ୍ରୀସ୍‌) ଯାତ୍ରା କରିବେ। ବୈଦେଶିକ ସଚିବଙ୍କ ସୂଚନା ମୁତାବକ, ୟୁନାନ୍‌ର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ପିଏମ୍‌ ମୋଦି ଏହି ଅଫିସିଆଲ ଯାତ୍ରା କରୁଛନ୍ତି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ଅର୍ଥନୀତି, ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାର କରିବା ଉପରେ ଆଲୋଚନା ହେବ। ଦୀର୍ଘ ୪୦ ବର୍ଷ ପରେ  ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ୍‌ ଯାତ୍ରା ।

Get real time updates directly on you device, subscribe now.