fbpx

ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦି ତଳେ ଗଡିଗଲେ ନେତା, ଭିଡିଓ ଭାଇରାଲ୍

ତେଲେଙ୍ଗାନା : ୨୦୨୩ ଶେଷ ସୁଦ୍ଧା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀୟ ରାଷ୍ଟ୍ର ସମିତି ଅଧକ୍ଷ୍ୟ ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୧୧୯ ରୁ ୧୧୫ ସିଟ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଥିଲେ । ଏହାଛଡା ଏପରି ଅନେକ ଆଶାୟୀ ପ୍ରାର୍ଥୀ ଥିଲେ ଯେଉଁମାନଙ୍କୁ ଟିକେଟ ଦିଅ।ଯାଇ ନାହିଁ । ଏବେ ଟିକେଟ ପାଇବାରୁ ବାଦ ପଡିଥିବା ଏପରି ଜଣେ ନେତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ତାଙ୍କୁ ଟିକେଟ ନ ମିଳିବାରୁ ସେ କାନ୍ଦି କାନ୍ଦି ଗଡି ଯାଉଛନ୍ତି ।

ଭାରତୀୟ ରାଷ୍ଟ୍ର ସମିତିର ନେତା ଥତିକୋଣ୍ଡା ରାଜୋୟାଙ୍କର ଏଥର ଟିକେଟ ପାଇବାର ବହୁତ ଆଶା ଥିଲା । ସେ ଭାବିଥିଲେ ଏଥର ତାଙ୍କୁ ନିଶ୍ଚୟ ଟିକେଟ ମିଳିବ । ସେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଷ୍ଟେସନ ଘନୁର ନିର୍ବାଚନ ମଣ୍ଡଳୀରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଟିକେଟ ପାଇଥିବା ୧୧୫ ଜଣ ନେତାଙ୍କ ଲିଷ୍ଟରେ ତାଙ୍କ ନାମ ନ ଥିବାରୁ ସେ ପୁରା ଭାଙ୍ଗି ପଡିଥିଲେ । ଏହାପରେ ସେ ତାଙ୍କ ସମର୍ଥକମାନଙ୍କ ସହିତ ମନ୍ଦିରକୁ ଯାଇଥିଲେ । ସେଠାରେ ସେ ସାଷ୍ଟାଙ୍ଗ ପ୍ରଣାମ କରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ତାଙ୍କ କାନ୍ଦିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ମନ୍ତ୍ରୀ ଜଣଙ୍କ ହାତ ଯୋଡି ତଳେ ପଡିଛନ୍ତି ଏବଂ ତାଙ୍କ ଆଖିରୁ ଲୁହ ବୋହି ଯାଉଛି। ମନ୍ତ୍ରୀଙ୍କୁ କାନ୍ଦୁଥିବାର ଦେଖି ତାଙ୍କ ସମର୍ଥକମାନେ ମଧ୍ୟ କାନ୍ଦି ପକାଇଛନ୍ତି । କିଛି ସମୟ ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ତଳୁ ଉଠାଇ ଆଶ୍ୱାସନା ଦେଇଛନ୍ତି । ଏହାର କିଛି ସମୟ ପରେ ମନ୍ତ୍ରୀ ସେଠାରୁ ଚାଲି ଯାଇଥିଲେ । ଏହି ଭିଡିଓଟି ଏବେ ଦେଶର ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ପାଲଟିଛି ।

Get real time updates directly on you device, subscribe now.