fbpx

ଆଜି ହିଁ ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍‌ର ଅବତରଣ କରିବ, ଏନେଇ ସ୍ପଷ୍ଟୋକ୍ତି ଜାରି କଲା ଇସ୍ରୋ

ଓଡିଶା ଭାସ୍କର; ମିଶନ ଅଫ ମୁନକୁ ନେଇ ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁୁ ଅଗ୍ରସର ହେଉଛି । ସଂଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର ଅବତରଣ କରିବ । ଏନେଇ ସ୍ପଷ୍ଟୋକ୍ତି ଜାରି କଲା ଇସ୍ରୋ । ଆଜି ହିଁ ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍‌ର ଅବତରଣ କରିବ ବୋଲି ବର୍ତମାନ ଟୁଇଟ କରି ସ୍ପଷ୍ଟ କରିଛି ଇସ୍ରୋ ।

ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସ୍ଥଗିତ ହୋଇପାରେ ବୋଲି କହିଥିଲା ଇସ୍ରୋ । ଅଗଷ୍ଟ ୨୩ରେ ନ ହେଲେ ୨୭ରେ ହେବ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ହେବ ବୋଲି ସୂଚନା ଦିଆଯାଇଥିଲା । ହେଲେ ଆଜି ସଂଧ୍ୟା ୬ଟା ୪ରେ ହିଁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ସ୍ପଷ୍ଟ କରିଛି ଇସ୍ରୋ ।

ସୂଚନା ଅନୁଯାୟୀ, ଯଦି ବିକ୍ରମ ଲ୍ୟାଣ୍ଡ୍‌ର ମୃଦୁ ଅବତରଣରେ ସଫଳ ହୁଏ ତାହେଲେ ୬ ଚକା ବିଶିଷ୍ଟ ପ୍ରଜ୍ଞାନ ରୋବର୍‌ ବାହାରକୁ ଆସିଯିବ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ସୂଚନା ପାଇଁ ଚନ୍ଦ୍ର ଆଡ଼େ ଯାତ୍ରା କରିବ । ଏହା ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ପରେ ସେଠାରେ ପାଣି ଓ ବାତାବରଣ ସଂପର୍କରେ ସୂଚନା ପ୍ରଦାନ କରିବ ।

Get real time updates directly on you device, subscribe now.