fbpx

ଆଉ କୁସ୍ତି ଲଢି ପାରିବେନି ଭାରତୀୟ ଯୋଦ୍ଧା: ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ମହାସଂଘ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘକୁ ଲାଗିଛି ଏକ ଶକ୍ତ ଝଟକା । ବିଶ୍ୱ କୁସ୍ତି ମହାସଂଘ ତରପରୁ ଭାରତର କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି । ସଂଘରେ ନିର୍ବାଚନ ନ ହେବାରୁ ଏହି ନିଜର କୁସ୍ତି ସଦସ୍ୟତା ହରାଇଛି ଭାରତ । ତେବେ ଚେତାବନୀ ପରେ ମଧ୍ୟ ଭାରତୀୟ ସଂଘର ନିର୍ବାଚନ କରାଇ ନଥିଲା । ଯାହା ଫଳରେ ଆଜି ମହାସଂଘ ଭାରତର ସଦସ୍ୟତା ଛନାଇ ନେଇଛି ।

ନିର୍ବାଚନ କରାଇବା ପାଇଁ ପୂର୍ବରୁ ବିଶ୍ୱ କୁସ୍ତି ମହାସଂଘ ବା ଡବ୍ଲୁଏଫଆଇ ପକ୍ଷରୁ ଭାରତୀୟ କୁସ୍ତି ସଂଘକୁ ଏକ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିଲା । କିନ୍ତୁ ଭାରତ ଏଥିରେ ଖିଲାପ କରି ନିର୍ବାଚନ କରିନାହିଁ । ସଂଘର ନିର୍ବାଚନ କରିବା ପାଇଁ ମହାସଂଘ ତରଫରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ବାଚନ କରିବାରେ ଭାରତୀୟ ସଂଘ ବିଫଳ ହେବାରୁ ଏହି ବଡ଼ ପଦକ୍ଷେପ ନେଇଛି ବିଶ୍ୱ କୁସ୍ତି ମହାସଂଘ । କୁସ୍ତି ସଂଘର ତାଲିକାରୁ ଭାରତକୁ ହଟାଇ ଏହାର ସଦସ୍ୟତା ରଦ୍ଧ କରିଛି ବିଶ୍ୱ କୁସ୍ତି ମହାସଂଘ ।

Get real time updates directly on you device, subscribe now.