fbpx

(Video) ଚନ୍ଦ୍ରପୃଷ୍ଠରେ ଜାଗା କିଣିଥିଲେ ସୁଶାନ୍ତ-ଶାହରୁଖ: ଏବେ ‘ପ୍ରଜ୍ଞାନ’ ପଠାଇଲା ଫଟୋ, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଚନ୍ଦ୍ରଯାନ-୩ର ସଫଳତା । ଚନ୍ଦ୍ରରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଭିନ୍ନ ଉଦାହରଣ ପାଲଟିଛି ଭାରତ । ଚାନ୍ଦ ମାମୁ କୋଳରେ ପହଞ୍ଚିବା ପରେ ରୋଭର ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରର ବିଭିନ୍ନ ତଥ୍ୟ ସଂଗ୍ରହ କରି ବିକ୍ରମ ଜରିଆରେ ଇସ୍ରୋକୁ ପଠାଉଛି । ତେବେ ଏହା ଭିତରେ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ କିଙ୍ଗ ଖାନ୍ ଶାହରୁଖଙ୍କ ଚନ୍ଦ୍ରରେ କିଣିଥିବା ପ୍ଲଟକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି ।

ଭାରତର ଚନ୍ଦ୍ରଯାନ ଜହ୍ନରେ ପହଞ୍ଚିବା ପରେ ପୁଣିଥରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି ସିନେପ୍ରେମୀ । ଜହ୍ନ ରାଇଜରେ ଜାଗା କିଣିବାରେ ପ୍ରଥମ ଅଭିନେତା ପାଲଟିଥିଲେ ସୁଶାନ୍ତ ସିଂହ ରାଜପୁତ । ଏହାପରେ କିଙ୍ଗ ଖାନ୍ ମଧ୍ୟ ସେଠାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା କିଣିବାରେ ସକ୍ଷମ ହୋଇଛନ୍ତି । ଏହି ଇଲାକାର ପଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳଛି । ସୁଶାନ୍ତ ଏବେ ଦର୍ଶକଙ୍କ ଗହଣରେ ନଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସବୁବେଳେ ତାଙ୍କୁ ମନେ ପକାଇଛନ୍ତି । ତେବେ ଚନ୍ଦ୍ରପୃଷ୍ଠରେ ଭାରତ ପହଞ୍ଚିବା ପରେ ସୁଶାନ୍ତ ଚନ୍ଦ୍ରରେ କିଣିଥିବା ପ୍ଲଟ ଫଟୋ ସୋସିଆଲ ମିଡିଆର ପାରା ବଢାଇ ଦେଇଛି । ଚନ୍ଦ୍ରମାରେ ସୁଶାନ୍ତ ଏବଂ ଶାହରୁଖଙ୍କ ପ୍ଲଟ ଚିହ୍ନଟ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହାକୁ ଦେଖି ଭାବ ବିଭୋର ୋଇଯାଇଛନ୍ତି ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକ ।

ଚନ୍ଦ୍ରପୃଷ୍ଠରେ ବଲିଉଡ ଅଭିନେତା ଶାହାରୁଖ ଖାନ ଓ ପରଲୋକ ଗତ ଅଭିନେତା ସୁଶାନ୍ତ ସିଂହଙ୍କ ସ୍ୱତନ୍ତ୍ର ଜମି ରହିଛି । ଚନ୍ଦ୍ର ଯାନ ୩ ଦକ୍ଷିଣ ମେରୁର ସଫଳତା ପୂର୍ବକ ଅବତରଣ କରିବା ପରେ ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଚନ୍ଦ୍ର ରେ ବଲିଉଡ ଅଭିନେତା ସାହରୁଖ ଓ ସୁଶାନ୍ତଙ୍କ ଜାଗା ରହିଛି । ୨୦୦୮ମସିହାରେ ୫୫ ଲକ୍ଷ ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଥିଲେ ଅଭିନେତା ସୁଶାନ୍ତ । ଆଉ ସୁଶାନ୍ତ ହେଉଛନ୍ତି ପ୍ରଥମ ଅଭିନେତା ଯିଏ ଜହ୍ନ ରାଇଜରେ ଜାଗା କିଣିଥିଲେ ।

Get real time updates directly on you device, subscribe now.