fbpx

(video)ଜବାନରେ ଶାହରୁଖ ଖାନ୍ ଙ୍କ ୫ ଅବତାର, ମୋସନ ପୋଷ୍ଟର ରିଲିଜ୍ ପରେ ଅବତାର ପଛର ରହସ୍ୟକୁ ନେଇ ବଢିଲା ଉତ୍କଣ୍ଠା

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଅର୍ଥାତ ଶାହରୁଖ ଖାନ୍ ପୁଣି ନିଜର ଅପକମିଂ ଫିଲ୍ମ ଜବାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫିଲ୍ମର ପ୍ରିଭ୍ୟୁ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉକ୍ରଣ୍ଠା ବଢିଯାଇଛି । ଫିଲ୍ମର ପ୍ରିଭ୍ୟୁରେ ଦର୍ଶକଙ୍କୁ ନୂଆ ସ୍ତରର ଆକ୍ସନ ଦେଖିବାକୁ ମିଳିଛି । ଏହା ସହିତ ଜବାନକୁ ନେଇ ଆଉ ଏକ ଉତ୍କଣ୍ଠା ମଧ୍ୟ ରହିଛି ଯେ,ଏଥିରେ ଶାହରୁଖ କେତେ ଅବତାରରେ ନଜର ଆସିବେ । ଏବେ ନିଜେ ଶାହରୁଖ ଦର୍ଶକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି । ଶୁକ୍ରବାର ଶାହରୁଖ ଫିଲ୍ମର ଏକ ମୋସନ ପୋଷ୍ଟର ରିଲିଜ୍ କରିଛନ୍ତି ଯେଉଁଥିରେ ତାଙ୍କର ଏକାଧିକ ଲୁକ୍ ନଜର ଆସୁଛି । ଏହାକୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିିଯାଇଛି ଯେ, ପ୍ରତି ଲୁକ୍ ପଛରେ କାହାଣୀ କ’ଣ ରହିଛି ।

ଫିଲ୍ମ ଜବାନରେ ଶାହରୁଖଙ୍କ ସମସ୍ତ ଅଲଗା ଅଲଗା ଲୁକକୁ ଏକ ସିଙ୍ଗଲ ଫ୍ରେମରେ ଆଣି ଏକ ନୂଆ ପୋଷ୍ଟର ଆଜି ରିଲିଜ୍ କରାଯାଇଛି । ଏଥିରେ ଶାହରୁଖ ୫ ଅଲଗା ଅଲଗା ଅବତାରରେ ନଜର ଆସୁଛନ୍ତି । ଏହି ପୋଷ୍ଟରକୁ ଟ୍ୱିଟରରେ ସେୟାର କରି ଶାହରୁଖ ଏକ ଦମଦାର କ୍ୟାପସନ ଲେଖିଛନ୍ତି ।

ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଫିଲ୍ମ ‘ଜବାନ’ ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ । ୭ ସେପ୍ଟେମ୍ବର ୨୦୨୩ରେ ଏହି ଫିଲ୍ମ ସିନେମାଘରେ ରିଲିଜ ହେବ । ଏହା ହିନ୍ଦୀ, ତେଲଗୁ , ତାମିଲ ଭାଷାରେ ରିଲିଜ୍ ହେବ ।

Get real time updates directly on you device, subscribe now.