fbpx

ଭାରତର ଆର୍ଥିକ ବଜାର ଉପରେ ନିବେଶକଙ୍କ ବଢୁଛି ବିଶ୍ୱାସ , ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ସ୍ୱିଗୀର ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ ଫଣ୍ଡିଂରେ ପରିଚାଳିତ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗୀ  ସେୟାର ମାର୍କେଟରେ ନିଜକୁ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଜାରି ରଖିଛି । କମ୍ପାନୀ ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ପ୍ରକ୍ରିୟା ଆରମ୍ଭ କରି ଦେଇଛି । ତେବେ ବଜାର ସ୍ଥିତି ଦୁର୍ବଳ ଥିବା କାରଣରୁ ସ୍ୱିଗି ଏହି ପ୍ରକ୍ରିୟାକୁ ମାସେ ହେବ ସ୍ଥଗିତ କରି ରଖିଥିଲା । ଏବେ ସ୍ୱିଗୀ ମୂଲ୍ୟାୟନର ଆକଳନ କରିବା ଲାଗି ବ୍ୟାଙ୍କରମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛି । ସ୍ୱିଗୀ ବିଭିନ୍ନ ରେଷ୍ଟୁରାଣ୍ଟରୁ ଫୁଡ୍ ଡେଲିଭରୀ କରିବା ସହିତ ଗ୍ରୋସରୀ ଜିନିଷ ବି ଘରେ ଘରେ ପହଞ୍ଚାଇଥାଏ । ସ୍ୱିଗୀର ମୂଲ୍ୟାୟନ ୨୦୨୨ ରେ ୧୦.୭ ଅରବ ଡଲାର ଥିଲା ।

ଏକ ରିପୋର୍ଟରୁ ଜଣାପଡିଛି ସ୍ୱିଗୀ ସେପ୍ଟେମ୍ବର ପ୍ରାରମ୍ଭରେ ଆଇପିଓ ଉପରେ କାମ କରିବା ଲାଗି ୮ ଗୋଟି ନିବେଶ ବ୍ୟାଙ୍କକୁ ଆମନ୍ତ୍ରିତ କରି ଏହାର ଆଇପିଓ ଯୋଜନାକୁ ଗତି ପ୍ରଦାନ କରିବ । ଏହି ବ୍ୟାଙ୍କରମାନଙ୍କ ମଧ୍ୟରେ ମୋର୍ଗାନ ଷ୍ଟେନଲୀ, ଜେପି ମୋର୍ଗାନ ଓ ବ୍ୟାଙ୍କ ଅଫ୍ ଆମେରିକା ସାମିଲ ରହିଛି । ରିପୋର୍ଟରୁ ଜଣାଯାଇଛି ସ୍ୱିଗି ଆଇପିଓ ଯୋଜନା ଲାଗି ବେଞ୍ଚମାର୍କ ରୂପରେ ୧୦.୭ ବିଲିୟନ ଡଲାର ଅନ୍ତିମ ଫଣ୍ଡିଂ ରାଉଣ୍ଡର ମୂଲ୍ୟାୟନ କରିବ ।

ସ୍ୱିଗୀ  ପ୍ରାରମ୍ଭରେ ଆଇପିଓ ଜରିଆରେ ୮୦୦ ମିଲିୟନ ଡଲାରରୁ ଏକ ବିଲିୟନ ଡଲାର ଯୋଗାଡ କରିବା ନେଇ ବିଚାର କରିଥିଲା । ସ୍ୱିଗିର ପ୍ରତିଦ୍ୱନ୍ଦୀ ଜୋମାଟୋର ସେୟାରରେ ଏ ପର୍ଯ୍ୟନ୍ତ ୫୪.୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ସଂକେତ ଦେଉଛି ଭାରତର ବିତ୍ତୀୟ ବଜାର ଉପରେ ନିବେଶକଙ୍କ ବିଶ୍ୱାସ ବଢୁଛି ।

Get real time updates directly on you device, subscribe now.