fbpx

କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ଆସିଲା ନୂଆ ନିର୍ଦ୍ଦେଶ, ୟୁନିଫର୍ମରେ ଭିଡିଓ କି ରିଲ୍ କଲେ କଡା କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ:କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ସୋସିଆଲ ମିଡିଆ ଗାଇଡଲାଇନ୍ ଜାରି କରାଯାଇଛି । କେହି ସୁରକ୍ଷା କର୍ମୀ ୟୁନିଫର୍ମରେ ଭିଡିଓ କି ରିଲ୍ କରିପାରିବେ ନାହିଁ । ଏହାସହିତ ସମ୍ବେଦନଶୀଳ ସ୍ଥାନର ଭିଡିଓ ବି ଅପଲୋଡ୍ କରିପାରିବେ ନାହିଁ ।

କେନ୍ଦ୍ରୀୟ ପ୍ରତିରକ୍ଷା ଫୋର୍ସର ଯବାନଙ୍କ ଲାଗି ସିଆରପିଏଫ୍ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ସିଆରପିଏଫ୍ ଏହାର ଜବାନମାନଙ୍କୁ କହିଛି ସେମାନେ ନ ବୁଝି ନ ବିଚାରି ଅନଲାଇନରେ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ । ଏହା ବ୍ୟତିତ ଫଟୋ ଅପଲୋଡ୍ କରିବା ସମୟରେ ବି ସାବଧାନତା ଅବଲମ୍ବନ କରନ୍ତୁ । କାରଣ ଏହି କାରଣରୁ ସେମାନେ ହନିଟ୍ରାପର ଶିକାର ହୋଇପଡୁଛନ୍ତି । ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, ବହୁ ଯବାନ ନିଜର ୟୁନିଫର୍ମରେ ଭିଡିଓ ଓ ଫଟୋ ଅପଲୋଡ୍ କରୁଛନ୍ତି । ଏହା ବ୍ୟତିତ ବହୁ ଲୋକଙ୍କୁ ଚାଟ୍ ମେସେଜ୍ ବି ପଠାଉଛନ୍ତି ।

କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅଲଗା ଅଲଗା ଅର୍ଦ୍ଧସୈନିକ ବଳ ଓ ପୋଲିସ ଫୋର୍ସକୁ ଲେଟର ଜାରି କରିଛନ୍ତି । ସିଆରପିଏଫ୍ ଏହାକୁ ଗମ୍ଭୀରତାର ସହ ନେଇ ଏହାର ଯବାନମାନଙ୍କ ଲାଗି ନିର୍ଦ୍ଦେଶ ଜାରି କରିଛି ଓ କହିଛି ସେମାନେ ୟୁନିଫର୍ମରେ ନିଜର ଭିଡିଓ, ଫଟୋ ଅପଲୋଡ କରନ୍ତୁ ନାହିଁ ଓ ଅଚିହ୍ନା ବ୍ୟକ୍ତିଙ୍କ ସହିତ ଅନଲାଇନରେ ବନ୍ଧୁତ୍ୱ କରନ୍ତୁ ନାହିଁ । ଏହି ନିର୍ଦ୍ଦେଶ ଯେଉଁମାନେ ପାଳନ ନ କରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ଏହା ବ୍ୟତିତ ଦିଲ୍ଲୀ ପୋଲିସ କମିଶନର ସଂଜୟ ଆରୋରା ଏକ ପତ୍ର ଜାରି କରି ଗିରଫ ହୋଇଥିବା ବ୍ୟକ୍ତି କିମ୍ବା ବିଚାରଧୀନ ଥିବା ବ୍ୟକ୍ତି ସହ ଜଡିତ କୌଣସି କମେଣ୍ଟ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ଯବାନମାନେ ସମ୍ବେଦନଶୀଳ ଅଞ୍ଚଳରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ ନ କରିବାକୁ । ଏହା ସହିତ ଡ୍ୟୁଟି ସମୟରେ ସୋସିଆଲ ମିଡିଆ ଉପଯୋଗ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ମାସରେ ବିଶାଖପାଟନମରେ ନିୟୋଜିତ ଜଣେ ସିଆଇଏସଏଫ୍ ଯବାନଙ୍କୁ ହନିଟ୍ରାପରେ ଫସାଇ ଦିଆଯାଇଥିଲା । ଯାଞ୍ଚରୁ ଜଣାପଡିଥିଲା ପାକିସ୍ତାନର ଜଣେ ମହିଳା ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହ ସଂପର୍କରେ ଥିଲା ଓ ବହୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରୁଥିଲା ।

Get real time updates directly on you device, subscribe now.