fbpx

SBI ଲଞ୍ଚ କଲା ନୂଆ ସ୍କିମ: ଏଣିକି ପାସବୁକ ଦରକାର ନାହିଁ, ଆଧାର କାର୍ଡରେ ଗ୍ରାହକଙ୍କୁ ମିଳିବ ସବୁ ସୁବିଧା

ନୂଆଦିଲ୍ଳୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ତା’ର କୋଟି କୋଟି ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏସବିଆଇ ନିକଟରେ ଏକ ନୂଆ ସ୍କିମ ଲଞ୍ଚ କରିଛି । ଏହି ସ୍କିମ ମାଧ୍ୟମରେ ଗ୍ରାହକମାନେ ସାମାଜିକ ସୁରକ୍ଷା ଯୋଜନାର ଫାଇଦା ଉଠାଇ ପାରିବେ । ପୂର୍ବପରି ଆଉ ପାସବୁକର ଆବଶ୍ୟକତା ପଡ଼ିନାହିଁ । ଗ୍ରାହକମାନେ ଏଣିକି ଆଧାର କାର୍ଡ ମାଧ୍ୟମରେ ଏହିସବୁ ଯୋଜନାର ନାମାଙ୍କନ କରିପାରିବେ ।

ଏସବିଆଇର ଗ୍ରାହକ ସେବା ପଏଣ୍ଟ (ସିଏସପି) ମାନଙ୍କରେ ଏହି ସବୁ ସୁବିଧା ମିଳିପାରିବ । ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ବ୍ୟାଙ୍କର ଅଧ୍ୟକ୍ଷ ଦିନେଶ ଖାରା ସୂଚନା ଦେଇଛନ୍ତି । ଏହି ସ୍କିମ ମାଧ୍ୟମରେ ଗ୍ରାହକମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନାରେ ଏନରୋଲ୍ କରିପାରିବେ । ଏଥିପାଇଁ ସେମାନଙ୍କୁ ପାସବୁକ୍ ନେବାର ଆବଶ୍ୟକତା ପଡ଼ିବନି ।

ପ୍ରପର୍ଟି, ସେଭିଙ୍ଗ, ଶାଖା, ଗ୍ରାହକ ଓ କର୍ମଚାରୀ କ୍ଷେତ୍ରରେ ଏସବିଆଇ ଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ବ୍ୟାଙ୍କ । ଗତ ଜୁନ ମାସ ସୁଦ୍ଧା ବ୍ୟାଙ୍କର ଡିପୋଜିଟ ୪୫.୩୧ ଲକ୍ଷ କୋଟି ରହିଥଲା । ସେହିପରି ହୋମ ଲୋନ କ୍ଷେତ୍ରରେ ବ୍ୟାଙ୍କର ମାର୍କେଟ ଶେୟାର ୩୩.୪ ପ୍ରତିଶତ ରହିଥିବା ବେଳେ ଅଟୋ ଲୋନରେ ୧୯.୫ ପ୍ରତିଶତ ରହିଛି ।

Get real time updates directly on you device, subscribe now.