fbpx

ଏଲଆଇସି ଆଣିଛି ନୂଆ ଜୀବନ ଶାନ୍ତି ପଲିସି, ଏହି ବୟସ ମଧ୍ୟରେ କୌଣସି ବି ବ୍ୟକ୍ତି ପାଇପାରିବେ ମାସିକ ୧୧୦୦୦ ଟଙ୍କା ପେନସନ

ନୂଆଦିଲ୍ଲୀ: ଏଲଆଇସିର ଜୀବନ ଶାନ୍ତି ପଲିସିରେ ନିବେଶ କରି ଆପଣ ପ୍ରତି ମାସରେ ଘରେ ବସି ପାଇପାରିବେ ୧୧୦୦୦ ଟଙ୍କା ପେନସନ୍ । ଏହି ପଲିସିରେ ନିବେଶ କରି ଆପଣ ଅବସର ପରେ ପେନସନର ଲାଭ ଉଠାଇ ପାରିବେ । ଏହା ଏଲଆଇସିର ଏକ ଆନ୍ୟୁଟି ପ୍ଲାନ ଅର୍ଥାତ୍ ଏହି ପଲିସିକୁ କ୍ରୟ କରିବା ମାତ୍ରେ ଆପଣଙ୍କ ପେନସନ ରାଶି ଧାର୍ଯ୍ୟ ହୋଇଯିବ ।

ଏହି ପଲିସିରେ ଆପଣଙ୍କୁ ୨ ଗୋଟି ଅପ୍ସନ ମିଳିବ । ପ୍ରଥମ ଡେଫର୍ଡ ଆନ୍ୟୁଟି ଫର୍ ସିଙ୍ଗଲ ଲାଇଫ୍ ଓ ଦ୍ୱିତୀୟ ଡେଫର୍ଡ ଆନ୍ୟୁଟି ଫର୍ ଜଏଣ୍ଟ ଲାଇଫ୍ । ପ୍ରଥମ ଅପ୍ସନ ଲାଗି ଆପଣ ଜଣେ ବ୍ୟକ୍ତିଙ୍କ ଲାଗି ପେନସନ ସ୍କିମ୍ କ୍ରୟ କରିପାରିବେ । ୩୦ରୁ ୭୯ ବର୍ଷ ମଧ୍ୟରେ କୌଣସି ବି ବ୍ୟକ୍ତି ଏହି ପେନସନ ସ୍କିମ୍ କ୍ରୟ କରିପାରିବ । ଏହି ସ୍କିମକୁ କିଣିବା ଲାଗି ଆପଣଙ୍କୁ ଅତି କମ୍ ରେ ୧.୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ଆପଣଙ୍କୁ ପଲିସି ପସନ୍ଦ ନ ଆସିଲେ ଆପଣ ଏହାକୁ କେବେବି ସରେଣ୍ଡର କରିପାରିବେ ।

ସିଙ୍ଗଲ ଲାଇଫ୍ ଲାଗି ଡିଫର୍ଡ ଆନ୍ୟୁଟିରେ ୧୦ ଲକ୍ଷ ମୂଲ୍ୟର ପଲିସି କିଣିବା ଦ୍ୱାରା ଆପଣଙ୍କୁ ପ୍ରତି ମାସରେ ୧୧,୧୯୨ ଟଙ୍କା ପେନସନ ମିଳିବ । ଯଦି ଆପଣ ୧.୫ ଲକ୍ଷ ଟଙ୍କା ନିବେଶ କରିବେ ତେବେ ଆପଣଙ୍କୁ ପ୍ରତି ମାସରେ ୧,୦୦୦ଟଙ୍କା ପେନସନ ମିଳିବ । ଆପଣ ଏହି ପେନସନ ନିଜ ଆବଶ୍ୟକତା ଅନୁସାରେ ୩ ମାସରେ, ୬ମାସରେ କିମ୍ବା ମାସିକ ଆଧାରରେ ନେଇପାରିବେ ।

ଯେଉଁ ବ୍ୟକ୍ତି ଡିଫର୍ଡ ଆନ୍ୟୁଟି ଫର ସିଙ୍ଗଲ ଲାଇଫ୍ ପେନସନ କ୍ରୟ କରିଥିବେ ଯଦି ତାଙ୍କର ମୃତ୍ୟୁ ହୋଇଯିବ ତେବେ ସେ ଯାହାକୁ ନୋମିନି କରିଥିବେ ସେ ଏହି ପଇସା ପାଇବେ ।

Get real time updates directly on you device, subscribe now.