କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଡେଙ୍ଗୁ ଟେଷ୍ଟିଙ୍ଗ ସେଣ୍ଟର: ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ଆତଙ୍କ ଭୟାନକ ରୂପ ନେଉଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି । ତେବେ ଏହା ବିରୋଧରେ ପଦକ୍ଷେପ ନେଇଛି ପ୍ରଶାସନ । ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ଖୋଲାଯାଇଛି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର । ମେଡିକାଲ ପରିସରରେ ଡେଙ୍ଗୁ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିଛି ।

ତେବେ ଆସନ୍ତାକାଲିଠାରୁ ପଟିଆ ସିଏଲଚସି, ଆଇଆରସି ଭିଲେଜ୍ ପ୍ରାଥମିକ ଚିକିତ୍ସାଳୟରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା କରାଯିବ । ଏହାପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ସହିତ ଏମ୍ସ ଏବଂ ଆରଏମଆରସିରେ ଡେଙ୍ଗୁ ପରୀକ୍ଷା କରାଯାଉଛି । ତେବେ ଏହାଦ୍ୱାରା ରାଜ୍ୟରେ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ । ତେବେ ଅଗଷ୍ଟ ୨୫ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨,୯୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କେସ୍ ରିପୋର୍ଟ କରାଯାଇଛି ।

ଅଗଷ୍ଟ ୨୫ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୧,୩୬୯ ଡେଙ୍ଗୁ ସଂକ୍ରମିତ ଚିହ୍ନଟ କରାଯାଇଛି । ଏହାବ୍ୟତୀତ ପୁରୀରୁ ୩୦୮, ବାଲେଶ୍ୱରରୁ ୨୭୬ ଏବଂ କଟକରେ ୨୦୮ ଜଣ ଡେଙ୍ଗୁ ସଂକ୍ରମିତ ହୋଇଛନ୍ତି । ସେହିପରି ଜଗତସିଂହପୁରରେ ୧୬୯ ଏବଂ ନୟାଗଡ଼ରେ ମୋଟ ୧୦୩ ଜଣ ଡେଙ୍ଗୁ ପଜିଟିଭ ହୋଇଥିବା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଡେଙ୍ଗୁର ସ୍ଥିତି ବର୍ତ୍ତମାନ ପ୍ଲାଟୋରେ ଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।