fbpx

‘ଚନ୍ଦ୍ରଯାନ’ ନୂଆ ଭାରତର ଆତ୍ମାର ପ୍ରତୀକ; ‘ମନ୍‍ କି ବାତ୍‍’ରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ ନୂଆ ଭାରତର ଆତ୍ମାର ପ୍ରତୀକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶବାଣୀର ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିମୟ କରିବା ଅବସରରେ କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଦେଶ ବଡ଼ ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ପାଇଁ ବୃହତ୍ତ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ପ୍ରଶଂସା କରି କହିଛନ୍ତି, ଭାରତ ଗତ ୨୩ ତାରିଖ ଦିନ ଚନ୍ଦ୍ରରେ ପହଞ୍ôଚବାର ପ୍ରତିଜ୍ଞାକୁ ପୂରଣ କରିଛି ।

ଏହି ଅବସରରେ ସେ ମହିଳାମାନଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି, ମହିଳା ଶକ୍ତି ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସାମର୍ଥ୍ୟ ରହିଛି । ମୋଦୀ କହିଛନ୍ତି, ଚନ୍ଦ୍ରଯାନ ମିଶନ ହେଉଛି ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ । ଏଥିରେ ଅନେକ ମହିଳା ବୈଜ୍ଞାନିକ ଓ ଯନ୍ତ୍ରୀ ସିଧାସଳଖ ଭାବେ ଜଡ଼ିତ ଥିଲେ । ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ଦେଶର ଅନେକ ଲୋକଙ୍କର ଅବଦାନ ରହିଛି । ସମସ୍ତଙ୍କର ସାମୂହିକ ଉଦ୍ୟମ ବଳରେ ଭବିଷ୍ୟତରେ ଦେଶ ମହାକାଶ କ୍ଷେତ୍ରରେ ଅସଂଖ୍ୟ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ନେତୃବୃନ୍ଦ ବୈଠକ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୪୦ଟି ଦେଶର ମୁଖ୍ୟ ଏବଂ ବିଶ୍ୱସ୍ତରୀୟ ଅନେକ ସଂଗଠନର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେବେ । ଜି-୨୦ରେ ଭାରତର ସଭାପତିତ୍ୱ ଲୋକମାନଙ୍କର ସଭାପତିତ୍ୱ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.