fbpx

ଅଜବ ନିଷ୍ପତି, ସେନାରେ ପେଙ୍ଗୁଇନ୍ ପାଇଲା ମେଜର ଜେନେରାଲ ପଦବୀ

ଇଡେନ୍‌ବର୍ଗ: ଆମେ ସମସ୍ତେ ଜାଣିଛନ୍ତି ଦେଶର ସୁରକ୍ଷା ପାଇଁ ସୈନିକଙ୍କୁ ନିଯୁକ୍ତ କରାଯାଇଥାଏ । ସେମାନଙ୍କୁ ନିଯୁକ୍ତ କରାଯିବା ପରେ ବିଭିନ୍ନ କାଟାଗୋରୀରେ ଭାଗ କରାଯିବା ସହ ବିଭିନ୍ନ ପଦ ପଦବୀ ଦିଆଯାଇଥାଏ । ହେଲେ ଗୋଟିଏ ପେଙ୍ଗୁଇନକୁ ସେନାରେ ସାମିଲ କରାଯିବା ସହ ତାକୁ ମେଜର ଜେନେରାଲ ପଦବୀ ଦିଆଯିବା କଥା ଆପଣ କେବେ ଶୁଣିଛନ୍ତି କି? ଏଭଳି ଏକ ଦେଶ ରହିଛି ଯେଉଁଠାରେ ପେଙ୍ଗୁଇନକୁ ସେନାରେ ସାମିଲ କରି ତାକୁ ମେଜର ଜେନେରାଲ ପଦବୀ ଦିଆଯାଇଛି । ପୂର୍ବରୁ ଉକ୍ତ ପେଙ୍ଗୁଇନ୍‌କୁ ବ୍ରିଗେଡିୟର ପଦବୀ ଦିଆଯାଇଥିବା ବେଳେ ଏବେ ତାର ପଦୋନ୍ନତି କରାଯାଇ ମେଜର ଜେନେରାଲ ପଦବୀ ଦିଆଯାଇଛି । ଏ ଖବର ଆପଣ ଜାଣିବା ପରେ ମନରେ ସନ୍ଦେହ ଆଣୁଥିବେ ଯେ, ସତରେ କଣ ଏଭଳି ହୋଇଛି?

ସୂଚନା ଅନୁଯାୟୀ, ସ୍କଟ୍‌ଲାଣ୍ଡର ନରୱିଜିୱାନ୍‌ ରାଜା ତାଙ୍କ ଗାର୍ଡ ପାଇଁ ପେଙ୍ଗୁଇନକୁ ଶୁଭ ବୋଲି ମାନିଥା’ନ୍ତି । ଥରେ ସ୍କଟ୍‌ଲାଣ୍ଡର ଇଡେନ୍‌ବର୍ଗର ଚିଡ଼ିଆଖାନାରେ ନରୱିଜିୱାନ୍‌ର ରାଜା ବୁଲୁଥିବା ବେଳେ ସେଠାରେ ଏକ ପେଙ୍ଗୁଇନ୍‌କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଆଉ ସେବେଠାରୁ ନରୱିଜିୱାନ୍‌ ରାଜା ଉକ୍ତ ପେଙ୍ଗୁଇନକୁ ସେନାର ଶୁଭକାଂକ୍ଷୀ ଭାବେ ମାନିଥିଲେ । ଏହି କାରଣରୁ ୧୯୭୨ ମସିହାରୁ ଇଡେନ୍‌ବର୍ଗର ଚିଡ଼ିଆଖାନା ଠାରେ ପେଙ୍ଗୁଇନ୍‌କୁ ସମ୍ମାନିତ କରିବା ପରମ୍ପରା ଆରମ୍ଭ ହୋଇଥିଲା । ସେବେଠାରୁ ଆଜି ଯାଏଁ ଏହିଠାରେ ପେଙ୍ଗୁଇନ ପକ୍ଷୀର ପଦୋନ୍ନତି କରାଯାଉଛି । ଉକ୍ତ ଚିଡ଼ିଆଖାନାରେ ରହୁଥିବା ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ନାମକ ଏକ ପେଙ୍ଗୁଇନ୍‌କୁ ନରୱିଜିୱାନ ସେନାର ବ୍ରିଗେଡିୟର ପଦବୀରୁ ବର୍ତମାନ ମେଜର ଜେନେରାଲ ପଦବୀକୁ ପଦୋନ୍ନତି କରାଯାଇଛି।

ଏକ ବିଶେଷ ସମାରୋହରେ ଚିଡ଼ିଆଖାନାରେ ନିକଟରେ ଏହି ପକ୍ଷୀକୁ ମେଜର ଜେନେରାଲ ପଦବୀରେ ସମ୍ମାନିତ କରାଯାଇଛି । ସାର୍‌ ନିଲ୍ସ ଓଲାଭ୍‌ ତୃତୀୟକୁ ସେନାର ତୃତୀୟ ସଚ୍ଚୋଟ ର଼୍ୟାଙ୍କ୍‌ର ଅଧିକାରୀ ବୋଲି ମନୋନୀତ ମଧ୍ୟ କରାଯାଇଛି । ଏହି ପଦୋନ୍ନତି କାର୍ୟ୍ୟକ୍ରମରେ ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ପେଙ୍ଗୁଇନ୍‌ର ଏକ ଫଟୋ ଦେଖିବାକୁ ମିଳିଛି । ଏହି ପେଙ୍ଗୁଇନ୍‌ ଚିଡ଼ିଆଖାନାରେ ରହୁଥିବାବେଳେ ତା’ର ପଦୋନ୍ନତିର ଘୋଷଣା ଏକ୍ସ ଦ୍ୱାରା କରାଯାଇଛି । ସୋସିଆଲ ମିଡ଼ିଆରେ ଏହି ପୋଷ୍ଟଟି ଖୁବ ଭାଇରାଲ ହେଉଥିବା ବେଳେ ଏହି ଅଜବ ନିଷ୍ପତିକୁ ନେଇ ବିଭିନ୍ନ ମତାମତ ମଧ୍ୟ ପ୍ରକାଶ ପାଉଛି ।

Get real time updates directly on you device, subscribe now.