ନୂଆଦିଲ୍ଲୀ: ବର୍ତ୍ତମାନ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍ ସାରା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ମାତ୍ର ୪୫୦ ଟଙ୍କାରେ ମିଳିପାରିବ ଗ୍ୟାସ ସିଲିଣ୍ଡର । ଏହାବ୍ୟତୀତ ରାକ୍ଷୀ ପାଇଁ ଆକାଉଣ୍ଟକୁ ୨୫୦ ଟଙ୍କା ମଧ୍ୟ ପଠାଇବେ ସରକାର । ଏହାବ୍ୟତୀତ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଯଥାକ୍ରମେ ୧୦୦୦ ଏବଂ ୧୨୫୦ ଟଙ୍କା ସରକାରଙ୍କ ତରଫରୁ ଆକାଉଣ୍ଟକୁ ପଠାଇ ଦିଆଯିବ । ସେହିପରି ବିଜୁଳି ବିଲକୁ ନେଇ ମଧ୍ୟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ରାଜ୍ୟ ସୁପ୍ରିମୋ । ଏ ନେଇ ଏକ ଯୋଜନା ନେଇ ଘୋଷଣା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ।
ଚଳିତ ବର୍ଷ ନଭେମ୍ବର ଡିସେମ୍ବର ବେଳକୁ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଛି । ସବୁ ଦଳର ନେତାମାନେ ବିଭିନ୍ନ ସଭାସମିତି ଆୟୋଜନ କରିବାରେ ଲାଗିଛନ୍ତି । ବିଜେପି ମଧ୍ୟ ଭୋଟରଙ୍କୁ ପ୍ରଭାବିତ କରିବାକୁ ଯଥାସମ୍ଭବ ପ୍ରୟାସ କରୁଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଖେଳିଛନ୍ତି ମହିଳା କାର୍ଡ । ରବିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଳରେ ‘ଲାଡଲୀ ବେହନା ସମ୍ମିଳନୀ’ କରି ରାଜ୍ୟର ମହିଳାଙ୍କୁ ଅନେକ ଉପହାର ଦେଇଛନ୍ତି । ଆଉ ଏମିତି କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି ଶ୍ରାବଣ ମାସରେ ଏବେ ୪୫୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ଏହା ସହ ମୁଖ୍ୟମନ୍ତ୍ରୀ ରାକ୍ଷୀ ପାଇଁ ୨୫୦ ଟଙ୍କା ଆକାଉଣ୍ଟଙ୍କୁ ପଠାଇବା ଘୋଷଣା କରିଛନ୍ତି । ପୁଣି ସେପ୍ଟେମ୍ବର ୧୦ରେ ଭଉଣୀଙ୍କ ୧୦୦୦ ଟଙ୍କା ଏବଂ ଅକ୍ଟୋବରରେ ୧୨୫୦ ଟଙ୍କା ଆକାଉଣ୍ଟକୁ ପଠାଯିବ । ଏହା ଅକ୍ଟୋବର ଠାରୁ ପ୍ରତି ମାସରେ ୧୨୫୦ ଟଙ୍କା ମିଳିବ ।
ବଢ଼ିଥିବା ବିଜୁଳି ବିଲ୍ ଆଦାୟ ହେବନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚୌହାନ୍ । ସେପ୍ଟେମ୍ବରରେ ବର୍ଦ୍ଧିତ ବିଜୁଳି ବିଲ୍ ଶୂନ୍ୟ ହୋଇଛି । ଆଉ ଏହାପରେ ଗରିବ ଭଉଣୀଙ୍କ ବିଜୁଳି ବିଲ୍ ପ୍ରତିମାସରେ ୧୦୦ ଟଙ୍କା ଆସିବ ତାହାର ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀରେ ଆହୁରି ଏକ ବଡ଼ ଘୋଷଣା କରିଛନ୍ତି ଯେ, ‘ସରକାରୀ ପଦ ପଦବୀରେ ନିଯୁକ୍ତି ପାଇଁ ୩୫% ମହିଳାଙ୍କ ସଂରକ୍ଷିତ ରହିବ । ସେହିଭଳି ଯେଉଁ ଭଉଣୀଙ୍କ ପାଖରେ ରହିବାକୁ ଜମି ନାହିଁ ତାଙ୍କୁ ସରକାର ମାଗଣାରେ ଜମି ଦେବେ । ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ତିଆରି କରି ଘରର ବନ୍ଦୋବସ୍ଥ କରାଯିବ ।’ଶେଷରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।