fbpx

ମୁଁ କିଛି ହେବାକୁ ଆଶାୟୀ ନୁହେଁ, ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ; ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଓଡିଶା ଭାସ୍କର; ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଆଜି ଏକ ବଡ଼ ବୟାନ ରଖିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦୀର୍ଘ ଦିନ ହେବ ଖୁବ ଚର୍ଚ୍ଚା ହେଉଥିଲା ଯେ, ବିରୋଧୀ ମେଣ୍ଟ ଦଳ ପକ୍ଷରୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଛନ୍ତି । ହେଲେ ଆଜି ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ ଏକ ବଡ଼ ବୟାନ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ମୁଁ କିଛି ହେବାକୁ ଆଶାୟୀ ନୁହେଁ (ପ୍ରଧାନମନ୍ତ୍ରୀ ପ୍ରାର୍ଥୀ) । ମୋର କୌଣସି ଇଚ୍ଛା ନାହିଁ । ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ।

୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଶାୟୀ ନୁହନ୍ତି ବୋଲି କହିଛନ୍ତି । ହେଲେ ମୋଦି ବିରୋଧୀ ଭାବେ ଇଣ୍ଡିଆ ମେଣ୍ଟ ଦଳର ପ୍ରମୁଖ ଦାଇତ୍ୱ ତୁଲାଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ସୂଚନା ଥାଉକି, ପ୍ରଥମେ ନୀତୀଶ କୁମାରଙ୍କ ଗଡ଼ରେ ଅର୍ଥାତ ବିହାରାରେ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ହୋଇଥିଲା । ଏହା ପରେ ଏହାର ଦ୍ୱିତୀୟ ବୈଠକ କର୍ଣ୍ଣାଟକର ବେଙ୍ଗାଲୁରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ମାନସମନ୍ଥନ କରିଥିଲେ । ଏହି ସମୟରେ ଏହି ବିରୋଧୀ ମେଣ୍ଟର ନାଁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ ବା ଇଣ୍ଡିଆ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ବେଙ୍ଗାଲୁରୁ ପରେ ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ ହେବ ବୋଲି ଘୋଷଣା କରାଯାଇଥିଲା । ୨୬ ରୁ ଅଧିକ ରାଜନୈତିକ ଦଳର ପ୍ରାୟ ୮୦ ନେତା ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆର ତୃତୀୟ ବୈଠକରେ ଯୋଗ ଦେବେ ବୋଲି ଆଶା କରାଯାଉଛି । ସମ୍ପ୍ରତିରେ ୨୬ ଟି ଦଳ ମିଳିତ ଗୋଷ୍ଠୀର ଅଂଶ ଏବଂ ଆଉ କିଛି ଦଳ ଦୁଇ ଦିନିଆ ବୈଠକରେ ଏହି ମିଳିତ ମଞ୍ଚରେ ଯୋଗଦେବାକୁ ଯାଉଛନ୍ତି । ଏହି ବୈଠକରେ ମିଳିତ ମଞ୍ଚର ଲୋଗୋ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି ।

ମୁମ୍ବାଇରେ ହେବାକୁ ଥିବା ଆଗାମୀ ବୈଠକରେ ଆହୁରି କେତେକ ଦଳ ‘ଇଣ୍ଡିଆ ବ୍ଲକ୍‌’ରେ ଯୋଗ ଦେବାର ସମ୍ଭାବନା ଅଛି ବୋଲି ରବିବାର ଦିନ ଶ୍ରବଣ କୁମାର କହିଥିଲେ। ସେହିପରି ‘ବିଜେପି’କୁ ବିରୋଧ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ‘ଜେଡି(ୟୁ)’ ନେତା କହିଛନ୍ତି, ମୁମ୍ବାଇ ବୈଠକରେ ଆମେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣକୌଶଳ ବିଷୟରେ ଆଲୋଚନା କରିବୁ। ଆସନ ଭାଗବଣ୍ଟା ଓ ଅନ୍ୟାନ୍ୟ ‘ଆଜେଣ୍ଡା’ ମଧ୍ୟ ଉକ୍ତ ବୈଠକରେ ଚୂଡ଼ାନ୍ତ କରାଯିବ।

Get real time updates directly on you device, subscribe now.