fbpx

ବିଶ୍ୱରେ କାୟା ବିସ୍ତାର କରୁଛି ଭାରତର ୟୁପିଆଇ; ନିୟୁଜଲାଣ୍ଡରେ ଲଞ୍ଚ ହେବା ନେଇ ଭାରତ ସହ ଆଲୋଚନା

ଓଡିଶା ଭାସ୍କର; ଧୀରେ ଧୀରେ ୟୁପିଆଇର ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । ୟୁପିଆଇ ବା ଅନଲାଇନ ପେମେଣ୍ଟ ହେବା ଦିନଠାରୁ ଆମ ଜୀବନଶୈଳୀ ବି ବେଶ୍ ସହଜ ହୋଇଯାଇଛି। କାହାକୁ ଟଙ୍କା ପଠାଇବାର ଥିଲେ ଲୋକେ ଘରେ ବସି ବି ଅତି ସହଜରେ ଟଙ୍କା ପଠାଇ ପାରୁଛନ୍ତି । ସାଧାରଣତ ଚାହା କିଣିବା ଠାରୁ ଆରମ୍ଭ କରି ସମସ୍ତ ସପିଙ୍ଗ କରିବା ଯାଏଁ ସବୁଠି ଚାଲିଛି ଅନଲାଇନ ପେମେଣ୍ଟ । ଫୋନ ପେ,ଗୁଗଲ ପେ,ଆମଜନ ପେ ଓ ପେଟିଏମ୍ ଭଳି ଆପ୍ ଜରିଆରେ ସମସ୍ତେ ତାଙ୍କର ଏହି ଲେଣ ଦେଣ କରୁଛନ୍ତି ।

ଗତ କିଛି ସପ୍ତାହ ପୂର୍ବରୁ ତିନୋଟି ନୂଆ ଦେଶ ୟୁପିଆଇ ପ୍ଲାଟଫର୍ମରେ ଯୋଡିହୋଇଥିଲେ । ଫ୍ରାନ୍ସ, ଆରବ ଓ ଶ୍ରୀଲଙ୍କା ଭଳି ଦେଶ ୟୁପିଆଇ ଟ୍ରାଞ୍ଜାକ୍ସନରେ ଯୋଡି ହୋଇଛନ୍ତି । ସେହିପରି ପୂର୍ବରୁ ନେପାଳ, ଭୁଟାନ, ଥାଇଲ୍ୟାଣ୍ଡ, ମ୍ୟାଲେସିୟା ଓ ସିଙ୍ଗାପୁରେ ଦେଶ ଏଥିରେ ଯୋଡିହୋଇ ସାରିଛନ୍ତି । ସେହିପରି ଏହି ଦେଶ ଭଳି ବର୍ତ୍ତମାନ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ସହ ବ୍ୟବସାୟ ପାଇଁ ୟୁପିଆଇ ବ୍ୟବହାର କରିବ। ସହଜ ଉପାୟରେ ବ୍ୟବସାୟ ପାଇଁ ଏହା ୟୁପିଆଇ ଆରମ୍ଭକୁ ନେଇ ଭାରତ ସହିତ ପ୍ରାଥମିକ ଆଲୋଚନାରେ କରିଛି ନ୍ୟୁଜିଲାଣ୍ଡ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପର୍ୟ୍ୟଟନ ପାଇଁ ଦେଶରେ ୟୁପିଆଇ ଲାଗୁ କରିବା ନେଇ ଚାଲିଛି ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ସହ ନ୍ୟୁଜିଲାଣ୍ଡରୁ କାଠ ଲଗକୁ ଆମଦାନୀକୁ ଅନୁମତି ଦେବା ପାଇଁ ଦୁଇ ଦେଶ ଆଲୋଚନା କରୁଛନ୍ତି ।

ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଓ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ-ରପ୍ତାନି ବିକାଶ ମନ୍ତ୍ରୀ ଡାମିଆନ ଓ କନୋରଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ୟୁପିଆଇ ସିଷ୍ଟମ ସମ୍ବନ୍ଧରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଇ) ଏବଂ ପେମେଣ୍ଟ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରାରମ୍ଭିକ ଆଲୋଚନାକୁ ମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି । ଉଭୟ ପକ୍ଷ ଏହି ପ୍ରସଙ୍ଗରେ ପରାମର୍ଶ ଜାରି ରଖିବା ଉଚିତ୍‌ ବୋଲି ମଧ୍ୟ ସହମତ ହୋଇଛନ୍ତି । ଭାରତର ଫାଷ୍ଟ ପେମେଣ୍ଟ ସିଷ୍ଟମ ଭାବେ ପରିଚିତ ୟୁପିଆଇ ଏବଂ ୟୁଏଇର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଳାଟଫର୍ମ(ଆଇପିପି) ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାରବାର କରାଯାଇପାରିବ ବୋଲି ଅନୁମାନ କରାଯାଇଛି ।

Get real time updates directly on you device, subscribe now.