ନୂଆଦିଲ୍ଲୀ: ବୁଧବାର ଠାରୁ ଷଡ୍ ରାଷ୍ଟ୍ରୀୟ ଏସିଆ କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨ ତାରିଖ ଦିନ ଶ୍ରୀଲଙ୍କାର କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ । ବୁଧବାର ପାକିସ୍ତାନ ଏସିଆ କପର ଉଦଘାଟନୀ ମ୍ୟାଚ ନେପାଳ ବିରୋଧରେ ଖେଳିବା ପରେ ଭାରତ ବିପକ୍ଷ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ । ତେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଲଢ଼େଇ ଉପଭୋଗ କରିବା ପାଇଁ ସମସ୍ତଙ୍କର ଅପେକ୍ଷା । ମାତ୍ର ଏହି ମ୍ୟାଚ ପାଇଁ ବର୍ଷା ଆଶଙ୍କା ରହିଛି ।
ଶ୍ରୀଲଙ୍କା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେ ଦିନ ଘଡଘଡି ସହ ପ୍ରବଳ ବର୍ଷା ହେବାର ୯୦% ସମ୍ଭାବନା ରହିଛି । ସେହିପରି ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିବ ବୋଲି ମଧ୍ୟ ଜଣଶ ପଡିଛି । ବେଙ୍ଗାଲୁରର ଆଲୁର ଠାରେ ପ୍ରସ୍ତୁତି ଶିବର ଶେଷ କରି ଭାରତୀୟ ଦଳ ଆଜି ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିଛନ୍ତି। ସଂପ୍ରତି ଅତି ଭଲ ପର୍ମରେ ଥିବା ପାକିସ୍ତାନକୁ ସଠିକ ମୁକାବିଲା କରିବା ପାଇଁ ଭାରତୀୟ ଦଳ ବଡ ଚାଲେଞ୍ଜର ସମ୍ମୁଖୀନ ହେବ । ସୂଚନା ଯୋଗ୍ୟ ଯେ ଏସିଆେ କପର ୪ ମ୍ୟାଚ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ଅବଶିଷ୍ଟ ୯ ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ଥିବା ବେଳେ ଗ୍ରୁପ ବି’ରେ ଶ୍ରୀଲଙ୍କା ,ବାଂଲାଦେଶ ଓ ଆଫଗାନିସ୍ତାନ ଅଛନ୍ତି ।