fbpx

ନିୟମିତ ଚା’ସହ ବିସ୍କୁଟ ସେବନ କରୁଥିଲେ ସାବଧାନ୍! ସୃଷ୍ଟି କରିପାରେ କ୍ୟାନ୍ସର

ନିୟମିତ ଚା’ସହ ବିସ୍କୁଟ ସେବନ କରୁଥିଲେ, ଏହା କର୍କଟ ରୋଗର ସମ୍ଭାବନା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଚା’ ସହିତ କୌଣସି ପ୍ରକାରର ବିସ୍କୁଟ ସେବନ କରିବା ଉଚିତ ନୁହେଁ । ଏକ ରିପୋର୍ଟ ଅନୁସାରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏଭଳି ଖାଦ୍ୟର ଲଗାତାର ସେବନ କର୍କଟର ସମ୍ଭାବନାକୁ ବୃଦ୍ଧି କରେ ।

ନିୟମିତ ଜଳଖିଆରେ ପାଉଁରୁଟି ସେବନ କରିବା ମଧ୍ୟ କ୍ଷତିକାରକ । ଏହାଦ୍ୱାରା ପେଟରେ କର୍କଟ ରୋଗ ହେବାର ସମ୍ଭାବନା ଥାଏ । ଜଳଖିଆରେ ପାଉଁରୁଟି, ଆଇସକ୍ରିମ, ବର୍ଗର ଆଦି ନିୟମିତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ନିଜେ ଘରେ ପପକର୍ନ ପ୍ରସ୍ତୁତ କରି ମାସକୁ ଥରେ କିମ୍ବା ୨ଥର ଖାଇପାରିବେ ।

ମାତ୍ର ବଜାରରେ ବିକ୍ରି ହେଉଥିବା ଛଣା ପପକର୍ନକୁ ନିୟମିତ ରୁପେ ଜଳଖିଆରେ ଖାଆନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଉପକାରୀ ନୁହେଁ । କିଛି ଲୋକେ ଜଳଖିଆରେ ଚା’ ସହ ଚିପ୍ସର ମଧ୍ୟ ସେବନ କରିଥାଆନ୍ତି । ବିଭିନ୍ନ ପ୍ରକାର ଚିପ୍ସରେ ଅତ୍ୟଧିକ ମାତ୍ରାରେ ସୋଡିୟମ ଓ ଫ୍ୟାଟ୍ ଯୁକ୍ତ ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର ହେଉଛି । ଏହାକୁ ସକାଳେ ନିୟମିତ ଜଳଖିଆରେ ସେବନ କଲେ କର୍କଟ ରୋଗ ହେବାର ସମ୍ଭାବନା ଥାଏ ।

ବଜାରରେ ମାଂସ ବ୍ୟବହାର ହୋଇ ଅନେକ ଖାଦ୍ୟ ଜିନିଷ ମିଳୁଛି । ଏହାକୁ ସକାଳେ ଜଳଖିଆରେ ଆଦୌ ଖାଆନ୍ତୁ ନାହିଁ । ଏହା ମଧ୍ୟ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.