fbpx

ଚନ୍ଦ୍ରରେ ବିକ୍ରି ହେଉଛି ଜମି: ଜାଣନ୍ତୁ ସାଧାରଣ ଭାରତୀୟମାନେ ଏହାକୁ କିପରି କିଣିପାରିବେ, କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ: ଯେବେଠେୁ ଭାରତ ଚନ୍ଦ୍ରରେ ଚନ୍ଦ୍ରଯାନ -୩ ଲ୍ୟାଣ୍ଡ କରିଛି, ଭାରତୀୟଙ୍କ ମନରେ ଚନ୍ଦ୍ରକୁ ନେଇ ପାଗଳପଣ ବୃଦ୍ଧି ପାଇପାରେ ଲାଗିଛି । ଏହା ସହିତ ଚନ୍ଦ୍ରରେ ଯେପରି ନୂଆ ନୂଆ ଜିନିଷର ଅନୁସନ୍ଧାନ କରାଯାଉଛି, ସମ୍ଭାବନା ମଧ୍ୟ ବଢ଼ୁଛି ଯେ ଭବିଷ୍ୟତରେ ଯଦି ସବୁକିଛି ଠିକ୍ ରୁହେ ତେବେ ସେଠାରେ ଜୀବନ ଆବିଷ୍କୃତ ହୋଇପାରିବ ।

ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡ ହେବା ପୂର୍ବରୁ ଚନ୍ଦ୍ରରେ ଜମି ବିକ୍ରି କାମ ଚାଲିଛି । ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ । ଆମେ ଆପଣଙ୍କୁ ଏହି ଆର୍ଟିକିଲରେ କହିବୁ କିପରି ଭାରତୀୟମାନେ ଚନ୍ଦ୍ରରେ ଜମି କିଣି ପାରିବେ ଏବଂ ଏଥିପାଇଁ ସେମାନଙ୍କୁ କେତେ ଦେବାକୁ ପଡିବ ।

କିଏ ଚନ୍ଦ୍ରରେ ଜମି ବିକ୍ରି କରୁଛି?

ଚନ୍ଦ୍ରରେ ଜମି ବିକ୍ରୟ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଦୁନିଆରେ ଦୁଇଟି କମ୍ପାନୀ ଅଛନ୍ତି ଯେଉଁମାନେ ଚନ୍ଦ୍ରରେ ଜମି ବିକ୍ରି କରୁଛନ୍ତି । ଏଥିମଧ୍ୟରୁ ପ୍ରଥମଟି ହେଉଛି ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଟରନ୍ୟାସନାଲ ଲୁନାର ଲ୍ୟାଣ୍ଡ ରେଜିଷ୍ଟ୍ରି । ଏହି ଉଭୟ କମ୍ପାନୀ ସମଗ୍ର ବିଶ୍ୱରେ ଲୋକଙ୍କୁ ଚନ୍ଦ୍ରରେ ଜମି ବିକ୍ରି କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ଭାରତୀୟ ଲୋକମାନେ ମଧ୍ୟ ଚନ୍ଦ୍ରରେ ଜମି କିଣୁଛନ୍ତି । ୨୦୦୨ ରେ ହାଇଦ୍ରାବାଦର ରାଜୀବ ବାଗ୍ରି ଏବଂ ୨୦୦୬ ରେ ବେଙ୍ଗାଲୁରୁର ଲଲିତ ମେହେଟ୍ଟା ମଧ୍ୟ ଚନ୍ଦ୍ରରେ ଏକ ପ୍ଲଟ କିଣିଥିଲେ । ଏହା ସହିତ ବଲିଉଡର କିଙ୍ଗ ଖାନଙ୍କର ମଧ୍ୟ ଚନ୍ଦ୍ରରେ ଜମି ରହିଛ । ଅବଶ୍ୟ ସେ ଏହି ଜମି କିଣି ନାହାଁନ୍ତି … ବରଂ ଏହାକୁ ତାଙ୍କର ଜଣେ ପ୍ରଶଂସକ କିଣିଛନ୍ତି ଏବଂ ଉପହାର ଦେଇଛନ୍ତି । ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଧ୍ୟ ଚନ୍ଦ୍ରରେ ଜମି କିଣିଛନ୍ତି ।

ଚନ୍ଦ୍ର ଉପରେ ଜମିର କେତେ ମୂଲ୍ୟ?

ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ଲୁନାର ଲ୍ୟାଣ୍ଡ ରେଜିଷ୍ଟ୍ରି ପରି କମ୍ପାନୀମାନେ ଚନ୍ଦ୍ରରେ ଜମି ବିକ୍ରି କରୁଛନ୍ତି । ଏଠାରେ ଏକ ଏକର ଜମିର ମୂଲ୍ୟ ହେଉଛି ୩୭.୫୦ ଆମେରିକୀୟ ଡଲାର । ଏହାର ଅର୍ଥ ହେଉଛି ୩୦୭୫ ଟଙ୍କାରେ ଆପଣ ଚନ୍ଦ୍ରରେ ଏକ ଏକର ଜମି ପାଇବେ । କଳ୍ପନା କରନ୍ତୁ ଏହା କେତେ ଶସ୍ତା । ପୃଥିବୀରେ ଆପଣ ଏଡି ମୂଲ୍ୟରେ ଏକ ଫୋନ୍ ମଧ୍ୟ ପାଇବେ ନାହିଁ ।

କିପରି ଚନ୍ଦ୍ରରେ ଜମି କିଣି ପାରିବ?

ଯେକେହି ଚନ୍ଦ୍ରରେ ଜମି କିଣି ପାରିବେ । ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ ଲୁନାର ଲ୍ୟାଣ୍ଡ ରେଜିଷ୍ଟ୍ରି କମ୍ପାନୀଗୁଡ଼ିକ ଚନ୍ଦ୍ରରେ ଜମି ବିକ୍ରି କରୁଛନ୍ତି । ଯଦି ଆପଣ ଚନ୍ଦ୍ରରେ ଜମି କିଣିବାକୁ ଚାହାଁନ୍ତି, ତେବେ ସେମାନଙ୍କ ୱେବସାଇଟ୍ କୁ ଯାଆନ୍ତୁ, ସେଠାରେ ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ପରିମାଣ ଦେଇ ଆପଣ ଜମି କିଣି ପାରିବେ । ସମାନ ପ୍ରକ୍ରିୟା ମାଧ୍ୟମରେ ଭାରତୀୟ ଲୋକମାନେ ଚନ୍ଦ୍ରରେ ଜମି କିଣି ପାରିବେ ।

Get real time updates directly on you device, subscribe now.