fbpx

୪୮ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ

ଭୁବନେଶ୍ୱର: ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗକୁ ଅଧିକ ଘନୀଭୂତ ହୋଇ ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପରବର୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

ରାଜ୍ୟରେ ବର୍ତ୍ତମାନ ଦୁର୍ବଳ ମୌସୁମୀ ଲାଗି ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ୍‍ ଫସଲ ପ୍ରଭାବିତ ହୋଇଛି । ଅଗଷ୍ଟ ୧୪ ସୁଦ୍ଧା ରାଜ୍ୟରେ ୧୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ସୂଚନା ଦିଆଯାଇଛି । ମୌସୂମୀ ବିଭାଗର ରିପୋର୍ଟ ଅନୁସାରେ, ଚଳିତବର୍ଷର ବର୍ଷା ସାରା ଦେଶବାସୀଙ୍କୁ ହତାଶ କରିଛି । ୧୨୦ ବର୍ଷ ମଧ୍ୟରେ ଚଳିତବର୍ଷର ଅଗଷ୍ଟ ମାସ ଅଧିକ ଶୁଷ୍କ ଭାବରେ ରେକର୍ଡ କରାଯାଇଛି । ୧୯୦୧ ମସିହା ପରେ ଚଳିତବର୍ଷର ଅଗଷ୍ଟ ମାସ ସର୍ବାଧିକ ଶୁଷ୍କ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ତେବେ ଅଲନିନୋ ପ୍ରଭାବରୁ ଏପରି ପରିବର୍ତ୍ତନ ହେଉଥିବା କୁହାଯାଇଛି । ବରିଷ୍ଠ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ, ୨୦୧୫ ପରେ ଚଳିତବର୍ଷର ମୌସୂମୀ ସର୍ବାଧିକ ଶୁଷ୍କ ହୋଇପାରେ । ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୨ ପ୍ରତିଶତ ବର୍ଷା ହୋଇଥିବା ବେଳେ ଆସନ୍ତା ୩ ଦିନରେ ଦେଶର କିଛି ଅଂଶରେ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ୧୯୦୧ ମସହା ପରେ ଚଳିତବର୍ଷ ୨୦୨୩ର ଅଗଷ୍ଟ ସବୁଠାରୁ ଶୁଖିଲା ଅଗଷ୍ଟ ଭାବରେ ରେକର୍ଡ କରିବାକୁ ଯାଉଛି । ଅଗଷ୍ଟରେ ୨୫୪.୯ ମି.ମି. ବର୍ଷା ହୋଇଥାଏ ଏବଂ ଏହା ମୌସୂମୀ ବର୍ଷା ତୁଳନାରେ ପ୍ରାୟ ୩୦ ପ୍ରତିଶତ ହୋଇଥାଏ ।

Get real time updates directly on you device, subscribe now.