ଓଡିଶା ଭାସ୍କର; ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା UPI ଅଗଷ୍ଟ ମାସରେ ମାସିକ ୧୦ ବିଲିୟନ ବା ୧୦୦୦ କୋଟି ଅତିକ୍ରମ କରିଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ ତଥ୍ୟ ପ୍ରକାଶ କରିଛି । ଏକ ଟୁଇଟ୍ କରି ସଂସ୍ଥା ନିଶ୍ଚିତ କରିଛି ଯେ ୟୁପିଆଇରେ ଦିଆଯାଇଥିବା ଦେୟ ବୁଧବାର ଏହି ସଫଳତା ଅତିକ୍ରମ କରିଛି । ଏନପିସିଆଇ ଅନୁଯାୟୀ, ୟୁପିଆଇ ଦ୍ୱାରା ୧୦୦୦କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ହେବା ଦ୍ୱାରା ରେକର୍ଡ ସୃଷ୍ଟି ହୋଇଛି। ଅଗଷ୍ଟ ୩୦ ରେ ୟୁପିଆଇ କାରବାର ୧୦.୨୪କୋଟିରେ ପହଞ୍ଚିଛି । ଜୁଲାଇରେ ୟୁପିଆଇ କାରବାର ୯.୯୬ କୋଟିରେ ପହଞ୍ଚିଥିଲା । ଜୁନ ମାସରେ ଏହା ୯.୩୩କୋଟି ଥିଲା ।
ସୂଚନା ଥାଉକି, ଏନପିଏସଆଇ ହେଉଛି ଭାରତର ସମସ୍ତ ଖୁଚୁରା ଦେୟ ପ୍ରଣାଳୀର ମୁଖ୍ୟ ସଂସ୍ଥା । ଅନଲାଇନ ଦ୍ୱାରା ମୋବାଇଲ ଫୋନ ମାଧ୍ୟମରେ ତୁରନ୍ତ ଟଙ୍କା କାରବାର ପାଇଁ ୟୁପିଆଇ ବ୍ୟବହୃତ ହୁଏ । ଗତ ବର୍ଷ ଅଗଷ୍ଟରେ ମାସିକ ୬.୫୮ ବିଲିୟନ ପଞ୍ଜିକରଣ ସହିତ ୟୁପିଆଇ ଉପରେ କାରବାର ବର୍ଷ ତୁଳନାରେ ୫୦% ରୁ ଅଧିକ ବୃଦ୍ଧି ପାଇଛି । ପେମେଣ୍ଟ ନେଟୱାର୍କ ଜୁଲାଇରେ ୧୦ ବିଲିୟନ ମାର୍କର ନିକଟତର ହୋଇଥିଲା, ଗତ ମାସରେ ୯.୯୬ ବିଲିୟନ କାରବାର ପଞ୍ଜିକରଣ କରିଥିଲା - ଜୁନ୍ ମାସ ପରେ ମେ ମାସରୁ କ୍ରମାଗତ ହ୍ରାସ ଘଟିଥିଲା । ଜୁନ ମାସରେ ଏହା ୯.୩୩ କୋଟି ଥିଲା । ଅକ୍ଟୋବର ୨୦୧୯ ରେ ପ୍ରଥମ ଥର ପାଇଁ UPI ମାସିକ ୧ ବିଲିୟନ ଅର୍ଥାତ ୧୦ କୋଟି କାରବାର ଅତିକ୍ରମ କରିଥିଲା । ମାତ୍ର ୪ ବର୍ଷରୁ କମ ସମୟ ଭିତରେ ଏହା ଆଜି ୧୦ ବିଲିୟନ ଅର୍ଥାତ ୧୦୦୦କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ କରିପାରିଛି ।
ଧୀରେ ଧୀରେ ୟୁପିଆଇର ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । UPI ବା ଅନଲାଇନ ପେମେଣ୍ଟ ହେବା ଦିନଠାରୁ ଆମ ଜୀବନଶୈଳୀ ବି ବେଶ୍ ସହଜ ହୋଇଯାଇଛି। କାହାକୁ ଟଙ୍କା ପଠାଇବାର ଥିଲେ ଲୋକେ ଘରେ ବସି ବି ଅତି ସହଜରେ ଟଙ୍କା ପଠାଇ ପାରୁଛନ୍ତି । ଫୋନ ପେ,ଗୁଗଲ ପେ,ଆମଜନ ପେ ଓ ପେଟିଏମ୍ ଭଳି ଆପ୍ ଜରିଆରେ ସମସ୍ତେ ତାଙ୍କର ଏହି ଲେଣ ଦେଣ କରୁଛନ୍ତି ।