fbpx

ଆଗାମୀ ନିର୍ବାଚନ ପାଇଁ କୋର କମିଟି ବୈଠକରେ ବିସ୍ତୃତ ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ କଲା ବିଜେପି

ଭୁବନେଶ୍ୱର: ବିଜେପି ରାଜ୍ୟଶାଖା କୋର କମିଟି ବୈଠକ ଆଜି ଭୁବନେଶ୍ୱର ଦଳୀୟ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେଉଛି । ଦଳର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହେଉଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାପାଇଁ ବିସ୍ତୃତ ରୋଡ୍‍ ମ୍ୟାପ୍‍ ମଧ୍ୟ ପ୍ରସ୍ତୁତ କରାଯାଉଛି ।

ତୃଣମୂଳ ସ୍ତରରେ ଦଳକୁ ଅଧିକ ସଂଗଠିତ କରାଯିବା ସହ ‘ମେରା ମାଟି ମେରା ଦେଶ’ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହେଉଛି । ସେହିଭଳି ଗତ ୯ ବର୍ଷର ମୋଦୀ ସରକାରଙ୍କ ଉପଲବ୍ଧି ନେଇ ଜନସଚେତନତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟଶାଖା ସହପ୍ରଭାରୀ
ବିଜୟ ପାଲ୍‍ ସିଂ ତୋମର୍‍, ରାଜ୍ୟ ଶାଖା ସଭାପତି ମନମୋହନ ସାମଲ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ୍‍ ଓରାମ୍‍, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟସ୍ତରୀୟ ବରିଷ୍ଠ ନେତା ପ୍ରମୁଖ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.