ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରନ୍ତୁ ଡ଼ାଇବେଟିସ : ଜାଣିନିଅନ୍ତୁ ୩ଟି ଉପାୟ ଏବଂ ଡାଏଟରେ କରନ୍ତୁ ସାମିଲ

ଭୁବନେଶ୍ୱର : ଆଜିର ଦୁନିଆରେ ଆଧିକାଂଶ ଲୋକ ଡାଇବେଟିସ ରୋଗର ଶୀକାର ହେଉଛନ୍ତି । WHO ଅନୁଯାୟୀ, ଏବେ ବିଶ୍ୱରେ ରୋଗୀଙ୍କ ସଂଖ୍ୟା ଯାହା ଅଛି ତାହା ୨୦୩୦ ବେଳକୁ ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହି ରୋଗଟି ଜୀବନ ଘାତକ ଅଟେ, କିନ୍ତୁ ଜୀବନଶୈଳୀରେ ସୁଧାରିବା ଏବଂ କିଛି ଘରୋଇ ଉପାୟ କରିବା ଦ୍ୱାରା ଡାଇବେଟିସକୁ ନିୟନ୍ତ୍ରଣରେ କରାଯାଇପାରିବ ।

ଏହି ରୋଗ ସହ ଜୀବନ ବିତାଇବା ବହୁତ କଷ୍ଟକର । ଏହି ରୋଗ ଯେଉଁ ବ୍ୟକ୍ତିକୁ ହୁଏ ତାହା ଜୀବନ ସାରା ରହିଥାଏ । କିନ୍ତୁ ଏହି ରୋଗକୁ ଆମେ ମୂଳରୁ ଉପାଡି ନପାରିଲେ ମଧ୍ୟ କିଛି ଘରୋଇ ବା ଆୟୁର୍ବେଦିକ ସାହାଯ୍ୟରେ ନିୟନ୍ତ୍ରଣ କରିପାରିବା । ଯଦି ଆପଣଙ୍କ ଶରୀରେ ଏକାଥରକେ ଶର୍କରାର ସ୍ତର ବଢିଯାଉଛି ତେବେ ତାହାକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ କିଛି ପ୍ରଭାବଶାଳୀ ଜଡିବୁଟିର ଆବଶ୍ୟକ ହୋଇଥାଏ । ଏହି ଜିନିଷକୁ ନିଜର ଡାଏଟରେ ସାମିଲ କରିବା ଦ୍ୱାରା ଡାଇବେଟିସକୁ ନିୟନ୍ତ୍ରଣ କରିପାରିବେ ।

ଆସନ୍ତୁ ଜାଣି ନେବା ଡାଇବେଟିସ ନିୟନ୍ତ୍ରଣ କରିବାର ୩ଟି ଆୟୁର୍ବେଦିକ ଉପାୟ :

ଧନିଆ ମଞ୍ଜି  : ଏହା ଡାଇବେଟିସ ସହ ଲଢିବାରେ ବ୍ୟକ୍ତିକୁ ସାହାଯ୍ୟ କରିଥାଏ । ଧନିଆର ମଞ୍ଜି ଖାଇବା ଦ୍ୱାରା ଅଗ୍ନାଶୟ କୋଷଗୁଡିକରୁ ଇନସୁଲିନର ଅଧିକ ଉତ୍ପାଦନ ହେଉଛି । ଯାହା ଦ୍ୱାରା ଶରୀରର ରକ୍ତରେ ଥିବା ଶର୍କରା ହଟାଇବା ପାଇଁ ଏନଜାଇମ ତାର ଗତିବିଦ୍ଧିକୁ ବଢାଇ ପାରେ । ଯାହାଫଳରେ ବ୍ଲଡ ସୁଗର ଲେବଲ କମ ହୋଇଥାଏ ।

ମେଥି ମଞ୍ଜି : ଏଥିରେ ଏକ ମୁକ୍ତ ଅପ୍ରକୃତିକ ଏମିନୋ ଏସିଡ ରହିଥାଏ, ଯାହା ଶରୀରରେ ଅଗ୍ନାଶୟ ଆଇଲେଟ କୋଷଗୁଡିକରେ ଗ୍ଲୁକୋଜ ଉତ୍ତେଜିତ କରି ଇନସୁଲିନ ଉତ୍ପାଦନକୁ ବୃଦ୍ଧି କରେ । ମେଥିର ମଞ୍ଜିରେ ୫୦% ଫାଇବର ରହିଥାଏ, ଯାହା କି ହାଇପୋଲିପିଡେମିକ ପ୍ରଭାବର ଅନ୍ୟ ଏକ କାରଣ ଅଟେ ।

ଡାଲଚିନି : ଏହା ଡାଇବେଟିସ  ରୋଗୀଙ୍କ ପାଇଁ ଇନସୁଲିନ ଭଳି କାମ କରିଥାଏ ଏବଂ ରକ୍ତରେ ଶର୍କରାର କୋଷଗୁଡିକର ଗତିକୁ ବଢାଇ ଶର୍କରା ସ୍ତରକୁ କମ କରେ ଏବଂ ଡାଇବେଟିସ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହା ଇନସୁଲିନ ସେନସିଟିବିଟୀକୁ ବଢାଇ ବ୍ଲଡ ସୁଗରର ଲେବଲ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଇନସୁଲିନ କୋଷର ଶର୍କରା ଅଂଶକୁ ସ୍ଥାନାନ୍ତର କରିବାରେ ଅଧିକ ଫଳପ୍ରଦ ହୁଏ ।