ପୁଣି କହିଲେ ‘ମୁଁ କେବଳ ସନାତନ ଧର୍ମକୁ ଶେଷ କରିବାକୁ କହୁଛି’ ; ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ
ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ବୟାନ ଦେଇଥିଲେ । ସେ ଏକ କାର୍ୟ୍ୟକ୍ରମରେ ବକ୍ତବ୍ୟ ଦେବା ସମୟରେ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମେଲେରିଆ ଭାଇରସ ସହିତ ତୁଳନା କରିଥିଲେ । ଏହା ଛଡା କହିଥିଲେ ଏପରି ରୋଗକୁ ବିରୋଧ କରିବା ନୁହେଁ ବରଂ ଏହାକୁ ମୂଳପୋଛ କରିବା ଆବଶ୍ୟକ । ସେ କହିଥିଲେ ସନାତନ ଧର୍ମ କ’ଣ? ଏହି ଶବ୍ଦ ସଂସ୍କୃତ ଭାଷାରୁ ଆସିଛି । ସନାତନ ଧର୍ମ ନ୍ୟାୟର ବିରୋଧ କରିବା ଛଡା ଆଉ କିଛି କରୁ ନାହିଁ । ତାଙ୍କର ଏପରି ବୟାନ ଯୋଗୁଁ ଦେଶ ବ୍ୟାପି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତାମିଲନାଡୁର ବିଭିନ୍ନ ସ୍ଥାନରେ ଲୋକମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।
ବିଜେପି ନେତାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଏହାକୁ ନେଇ ଏକ ପ୍ରକାରର ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଷ୍ଟାଲିନଙ୍କୁ ନେଇ କଡା ସମାଲୋଚନା କରିଥିଲେ । ଯାହାକୁ ଜବାବ ଦେବାକୁ ଯାଇ ଉଦୟନିଧି ଷ୍ଟାଲିନ ଏକ୍ସରେ ଲେଖିଛନ୍ତି ‘ମୁଁ ସନାତନ ଧର୍ମର ଲୋକମାନଙ୍କ ଜନସଂହାର କରିବାକୁ ଆହ୍ୱାନ ଦେଇ ନାହିଁ । ମୁଁ କେବଳ ସନାତନ ଧର୍ମକୁ ଶେଷ କରିବାକୁ କହୁଛି । ଏହି କଥା ମୁଁ ଲଗାତାର କହିବି । ବିଜେପି ମୋର ବୟାନକୁ ଭୁଲ କହୁଛି ତାହା ସେମାନଙ୍କ ନିତିଦିନ କାମ ।’ ଏହି ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ‘ ସେ ଆମ ସଂସ୍କୃତି ଆମ ପରମ୍ପାରା ଆମ ଇତିହାସକୁ ଅପମାନୀତ କରିଛି ।’
ଅନ୍ୟପକ୍ଷରେ ତାମିଲନାଡୁର ବିଜେପି ଅଧକ୍ଷ ଆନ୍ନାମଲାଇ କହିଛନ୍ତି ସନାତନ ଧର୍ମ ଇସାଇ ଧର୍ମ କିମ୍ବା ଇସଲାମିକ ଧର୍ମ ବହୁ ଦିନରୁ ସମାଜରେ ରହିଛି । ଉଦୟନିଧି ଯେଉଁ ବୟାନ ଦେଇଛନ୍ତି ତାହା ଦେଶର ୧୪୨ କୋଟି ଲୋକ ଆଲୋଚନା କରିବା ଉଚିତ ।