fbpx

ଭଗବାନ ତିଆରି କରିବା ବେଳେ କରିଦେଲେ ଏକ ବଡ ଭୁଲ୍‌, ବ୍ୟକ୍ତିଙ୍କ ଛାତିରେ ହିଁ ଖଞ୍ଜିଦେଇଛନ୍ତି ତାଙ୍କ ପେଟ

ନୂଆଦିଲ୍ଲୀ:ଦୁନିଆରେ ସମସ୍ତ ଜିନିଷର ସୃଷ୍ଟି ଭଗବାନ ବେଶ୍ ଭଲ ଭାବେ ଭାବି ଚିନ୍ତି କରିଛନ୍ତି । ଗୋଟିଏ ଗୋଟିଏ ଜିନିଷକୁ ଏପରି ତିଆରି କରିଛନ୍ତି ଯେପରି ତାହା ଏହି ଦୁନିଆରେ ଠିକ୍ ଭାବରେ ତିଷ୍ଠି ରହିପାରିଛି । କିନ୍ତୁ ବହୁ ସମୟରେ ଏପରି କିଛି ମାମଲା ଦେଖିବାକୁ ମିଳିଥାଏ ଯେଉଁଠି ମନେ ହୁଏ ଭଗବାନ ଯେପରି ଭୁଲ୍ କରିଦେଇଛନ୍ତି । ବ୍ରିଟେନରେ ରହୁଥିବା କେନ୍ ପ୍ରାଉଟଙ୍କୁ ଦେଖିଲେ ଯେ କେହି ନିଶ୍ଚୟ କହିବେ ଭଗବାନ ତାଙ୍କୁ ଗଢିବା ବେଳେ ବଡ ଧରଣର ଭୁଲ୍ କରି ଦେଇଛନ୍ତି । ଏହି ବ୍ୟକ୍ତିଙ୍କୁ ଜୀବନସାରା ନିଃଶ୍ୱାସ ନେବାରେ ସମସ୍ୟାର ସାମ୍ନା କରିବାକୁ ପଡିଛି । ୭୨ ବର୍ଷୀୟ ଏହି ବ୍ୟକ୍ତି ଜୀବନରେ ଆଜି ପର୍ଯ୍ୟନ୍ତ ଠିକ୍ ଭାବରେ ନିଃଶ୍ୱାସ ନେଇପାରି ନାହାନ୍ତି । ତାଙ୍କର ସମସ୍ୟା ହେଉଛି ତାଙ୍କ ଛାତିରେ ହିଁ ରହିଛି ତାଙ୍କ ପେଟ ।

କେନ୍ ନିଜର ଏହି ସମସ୍ୟାକୁ ନେଇ ବହୁ ସମୟରେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି । ଟିକେ ଭଲରେ ନିଶ୍ୱାସ ନେବା ପାଇଁ ବିଭିନ୍ନ ପ୍ରକାର ଇନହେଲର ନେଇଛନ୍ତି । କିନ୍ତୁ କେଉଁଥିରେ ତାଙ୍କୁ ଆରାମ ମିଳିନାହିଁ । କିନ୍ତୁ ଯେତେବେଳେ ତାଙ୍କ ଶରୀରକୁ ସ୍କାନ କରାଗଲା ସେତେବେଳେ ଜଣାପଡିଲା ତାଙ୍କୁ ଫ୍ରେନିକ ନର୍ଭ ସମସ୍ୟା ହୋଇଛି । ଏହି ସମସ୍ୟା ଉପୁଜିଲେ ଶ୍ୱାସକ୍ରିୟାରେ ସାହାଯ୍ୟ କରୁଥିବା ମାଂସପେଶୀ ନଷ୍ଟ ହୋଇଯାଏ । ଏବେ ସେ କେବଳ ଏକ ବଡ ଧରଣର ଆସ୍ତ୍ରୋପଚାର କରି ନିଜର ନିଶ୍ୱାସ ନେବାର କ୍ଷମତାକୁ ବଢାଇପାରିବେ ।

କେନ୍ ବ୍ରିଟେନର ରୟାଲ ଏୟାରଫୋର୍ସରେ କାର୍ଯ୍ୟ କରୁଥିଲେ । ସାରା ଜୀବନ ସେ ନିଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ ପୂର୍ବରୁ ଜାଣି ପାରୁ ନ ଥିଲେ କି ତାଙ୍କର ଏପରି ସମସ୍ୟା କାହିଁକି ହେଉଛି । ଏବେ ବଡି ସ୍କାନ ହେବା ପରେ ଜଣାପଡିଲା କି ତାଙ୍କ ଛାତିରେ ହିଁ ପେଟ ରହିଛି । ଏହି କାରଣରୁ ତାଙ୍କ ଫୁସଫୁସକୁ ଅଧିକ ସ୍ପେସ୍ ମିଳିପାରୁ ନାହିଁ । ଏବେ ତାଙ୍କ ସର୍ଜରୀ ଲାଗି ଡାକ୍ତରମାନେ ପ୍ରସ୍ତୁତ ହେଉଥିବା ବେଳେ କେନ ନିଜର ଏହି ସମସ୍ୟାକୁ ସୋସିଆଲ ମିଡିଆରେ ଲୋକଙ୍କ ସହ ସେୟାର କରିଛନ୍ତି ।

Get real time updates directly on you device, subscribe now.