fbpx

ଦିନିକିଆ ବିଶ୍ୱକପ ପାଇଁ ଘୋଷଣା ହେବ ଭାରତୀୟ ଦଳ: କେଉଁ ସବୁ ଖେଳାଳିଙ୍କୁ ସ୍ଥାନ ମିଳିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ର ଶୁଭାରମ୍ଭ ହେବ । ଏହାପରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ୧୦ଟି ଦେଶ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ନିଜର ବିଶ୍ୱକପ୍ ଟିମ୍ ଘୋଷଣା କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ କୁହାଯାଇଛି । ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ ଆଜି ନିଜ ଟିମର ଘୋଷଣା କରିବ ।

ସୂଚନା ମୁତାବକ, ଆଜି ଦିନ ୧.୩୦ ସମୟରେ ବିସିସିଆଇ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିବ । ବର୍ତ୍ତମାନ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଏସିଆ କପ ଖେଳୁଥିବା ବେଳେ ବିସିସିଆଇ ୧୫ ଜଣିଆ ଟିମ୍ ଘୋଷଣା କରିପାରେ । ଏଥିସହିତ ୨ ଜଣ ରିଜର୍ଭ ପ୍ଲେୟାର ଭାବେ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ସ୍ପିନ ଅଲରାଉଣ୍ଡର ତିଲକ ବର୍ମାଙ୍କୁ ନିଆଯାଇପାରେ । ଏସିଆ କପ ପରେ ଭାରତ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ ସେପ୍ଟେମ୍ବର ୨୭ରେ ସମାପ୍ତ ହେବାକୁ ଥିବାବେଳେ ବିସିସିଆଇ ନିକଟରେ ଟିମ୍ ଘୋଷଣା ପାଇଁ ଭଲ ସୁଯୋଗ ରହିବ ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶାନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଯଶପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡ଼େଜା, ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ।

Get real time updates directly on you device, subscribe now.