fbpx

ଉଦୟନିଧିଙ୍କ ମୁଣ୍ଡ କାଟ୍‌ ପାଇଁ ୧୦ କୋଟି ଟଙ୍କାର ପୁରସ୍କାର କଲେ ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ

ଓଡିଶା ଭାସ୍କର; ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଧ୍ୱଂସ ହେବ’ ବୋଲି ଦେଇଥିବା ବାୟାନକୁ ନେଇ ବିବାଦ ଲାଗି ରହିଛି । ସେ ଏକ ସଭାରେ ଅଭିଭାଷଣ ଦେଉଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିଲେ । ଏହା ସହ ଏହାକୁ ନଷ୍ଟ କରିଦେବାକୁ ମଧ୍ୟ କହିଥିଲେ । ଆଉ ଯାହାକୁ ନେଇ ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସନାତନ ଧର୍ମ ପକ୍ଷରୁ ତାଙ୍କୁ ବିରୋଧ କରାଯାଉଛି । କାଲିଠାରୁ ଏହି ବିରୋଧ କରାଯାଉଥିବା ବେଳେ ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ ଏକ ଭିନ୍ନ ଢଙ୍ଗରେ କଡା ବିରୋଧ କରିଛନ୍ତି ।

ଉଦୟନିଧି ଷ୍ଟାଲିନଙ୍କ ଏକ ଫଟୋକୁ ଖଣ୍ଡାରେ କାଟୁଥିବା ଓ ପରେ ଏହାକୁ ଜଳାଇ ଦେଉଥିବାର ଚିତ୍ର ଦେଖିବାକୁ ମିଳିଛି । ଏହା ସହ ‘ଉଦୟନିଧିଙ୍କ ମୁଣ୍ଡ କାଟ୍‌ କଲେ, ୧୦ କୋଟି ଟଙ୍କା ଦେବି’ ବୋଲି ପୁରସ୍କାର ରାଶି ଘୋଷଣା କରିଛନ୍ତି ପରମହଂସ ଆଚାର୍ଯ୍ୟ । ଯଦି ୧୦ କୋଟି ଟଙ୍କା ଉଦୟନିଧିଙ୍କ ମୁଣ୍ଡ କାଟିବା ପାଇଁ ପର୍ଯ୍ୟାପ୍ତ ନୁହେଁ, ତେବେ ମୁଁ ପୁରସ୍କାର ରାଶି ବଢ଼ାଇ ଦେବି ବୋଲି ପରମହଂସ କଥାକୁ ଦୋହରାଇଛନ୍ତି ।

ସେ କହିଛନ୍ତି ଯେ, ଦେଶରେ ଯାହା ବି ବିକାଶ ହୋଇଛି, ତାହା ସନାତନ ଧର୍ମ କାରଣରୁ ହୋଇଛି । ଉଦୟନିଧି ଷ୍ଟାଲିନ ନିଜ ବୟାନରେ ଦେଶର ୧୦୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି। ସେ ନିଜ ବୟାନ ପାଇଁ କ୍ଷମା ମାଗିବା ଉଚିତ୍ । ଏହା ସହ ସେ କହିଛନ୍ତି, ସନାତନ ଧର୍ମର କୌଣସି ଅନ୍ତ ନାହିଁ, ତେଣୁ ଏହାକୁ କେହି ନଷ୍ଟ କରିପାରିବେ ନାହିଁ । ଯିଏ ବି ସନାତନକୁ ଧ୍ୱଂସ କରିବାକୁ ଚେଷ୍ଟା କରିବ, ତା’ର ଅନ୍ତ ନିଶ୍ଚିତ । ଆଉ ଯଦି କେହି ଉଦୟନିଧିଙ୍କ ମୁଣ୍ଡ କାଟି ପାରିବେ ନାହିଁ, ତେବେ ମୁଁ ନିଜେ ତାଙ୍କର ମୁଣ୍ଡ କାଟିଦେବି। ଏଥିପାଇଁ ମୋର ଖଣ୍ଡା ପ୍ରସ୍ତୁତ ଅଛି ଏବଂ ମୁଁ ସେଠାକୁ ଯାଉଛି ।

Get real time updates directly on you device, subscribe now.