fbpx

ଚାଲିଥିଲା ବିଶ୍ୱକପ ଦଳ ଚୟନ, ହଠାତ୍ ଏହି ପ୍ରଶ୍ନରେ ରାଗିଗଲେ ରୋହିତ: କହିଲେ ଏମିତି ପ୍ରଶ୍ନ ମୋତେ ପଚାରନି…

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନିଜର ବିଶ୍ୱକପ ଦଳ ଚୟନ କରିସାରିଛି । ଆସନ୍ତା ବିଶ୍ୱକପରେ ଭାରତ ତରଫରୁ ମୋଟ ୬ଟି ନୂଆ ଚେହେରା ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଚୟନ କମିଟିର ମୁଖ୍ୟ ଅଜିତ ଅଗରକର ଏକ ପ୍ରେସ କନଫରେନ୍ସ କରି ଦଳ ଘୋଷଣା କରିଛନ୍ତି । ତେବେ ଏହି ପ୍ରେସ କନଫରେନ୍ସ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରଶ୍ନରେ ହଠାତ୍ ରାଗି ଯାଇଛନ୍ତି ଦଳର ଅଧିନାୟକ ରୋହିତ । ଏବଂ ଏଭଳି ପ୍ରଶ୍ନ ନ ପଚାରିବାକୁ ସେ କହିଛନ୍ତି ।

ବିଶ୍ୱକପ ଦଳ ଘୋଷଣାର ପ୍ରେସ କନଫରେନ୍ସ ସମୟରେ ଏକ ପ୍ରସଙ୍ଗକୁ ନେଇ ରୋହିତ ରାଗି ଯାଇଥିଲେ ।ତାଙ୍କୁ ବାହାରର ଶବ୍ଦ ବିଷୟରେ କେହି ଜଣେ ପ୍ରେସ କନଫରେନ୍ସରେ ପଚାରି ଦେଇଥିଲେ । ଯାହା ଶୁଣି ହଠାତ୍ ରାଗି ଯାଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଏହାର ଉତ୍ତରରେ ସେ କହିଛନ୍ତି ଯେ, ପ୍ରେସ କନଫରେନ୍ସ ସମୟରେ ଦୟା କରି ମୋତେ ଏଭଳି ପ୍ରଶ୍ନ ପଚାରନ୍ତୁନି । ମୁଁ ବାରମ୍ବାର ଏହି କଥା କହି ସାରିଛି । ଆମେ ଏହା ଉପରେ ଗୁରୁତ୍ୱ ଦେଉନାହୁଁ ଏବଂ ମୁଁ ଏ ସମ୍ପର୍କରେ ଏବେ କୌଣସି ଉତ୍ତର ଦେବିନାହିଁ ବୋଲି ରୋହିତ ପ୍ରକାଶ କରିଛନ୍ତି ।

ତେବେ ଏହାପରେ ରୋହିତ ବିଶ୍ୱକପ ପାଇଁ ଦଳକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ସବଶ୍ରେଷ୍ଠ ଭାରତୀୟ ଦଳ ବିଶ୍ୱକପ ପାଇଁ ଚୟନ କରାଯାଇଛି । ବ୍ୟାଟିଂରେ ଦଳ ମଜବୁତ ରହିଥିବା ବେଳେ ଭାରତ ନିକଟରେ ସ୍ପିନ ଏବଂ ଅନ୍ୟ ବୋଲିଂ ବିକଳ୍ପ ମଧ୍ୟ ରହିଛି । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ମ୍ୟାଚ ୱିନର ସାବ୍ୟସ୍ତ ହେବେ । ତାଙ୍କର ଫର୍ମ ଭାରତକୁ ବିଶ୍ୱକପ ଜିତିବାରେ ଖୁବ ସାହାଯ୍ୟ କରିବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶାନ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ସୂର୍ୟ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ।

Get real time updates directly on you device, subscribe now.