fbpx

ଜମ୍ମୁ-କାଶ୍ମୀରରେ ‘Article-370’ର ପୁନରୁଦ୍ଧାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: ନିଷ୍ପତ୍ତି ସୁରକ୍ଷିତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦କୁ ନେଇ ଶେଷ ହୋଇଛି ଶୁଣାଣୀ । ୧୬ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତରେ ଏହି ଶୁଣାଣୀ ଚାଲିଥିବା ବେଳେ ବର୍ତ୍ତମାନ ଏହା ଶେଷ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟ ଏହା ଉପରେ ଶେଷ ନିଷ୍ପତ୍ତି ନେଇ ସାରିଛନ୍ତି । କିନ୍ତୁ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଏହି ମାମଲାରେ ନିଷ୍ପତ୍ତି ଏବେ ଅଦାଲତଙ୍କ ହାତରେ ସଂରକ୍ଷିତ ହୋଇ ରହିଛି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଆର୍ଟିକିଲ-୩୭୦କୁ ନେଇ ହୋଇଥିବା ଆବେଦନର ଶୁଣାଣୀ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ସମେତ ଏହି ଖଣ୍ଡପୀଠରେ ଜଷ୍ଟିସ ସେ. କେ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବି. ଆର ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ସାମିଲ ରହିଥିଲେ । ତେବେ ଆବେଦନକାରୀ କିମ୍ବା ପ୍ରତିବାଦ କରୁଥିବା କୌଣସି ବ୍ୟକ୍ତି ଲିକିତ ଆକାରରେ କିଛି କହିବା ପାଇଁ ଚାହୁଁଥିଲେ ସେମାନଙ୍କୁ ୩ ଦିନ ସମୟ ଦେଇଛନ୍ତି ମାନ୍ୟବର ଅଦାଲତ । ଶୁଣାଣୀର ୧୬ ଦିନ ଭିତରେ ଉଭୟ ପକ୍ଷର ଓକିଲ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢିଥିଲେ । ଏହି ସମୟରେ ୨୦୧୯ରେ ନିଆଯାଇଥିବା ଏହି ନିଷ୍ପତ୍ତି ଠିକ୍ ନା ଭୁଲ ବୋଲି ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା । ତେବେ ସମ୍ବିଧାନ ସଭା ଦ୍ୱାରା ଧାରା ୩୭୦କୁ ଉଚ୍ଛେଦ କରାଯାଇ ପାରି ଥାନ୍ତା ବୋଲି କହିଛନ୍ତି ଆବେଦନକାରୀ । ରାଜ୍ୟରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । କୋର୍ଟରେ ଏହା ମଧ୍ୟ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

ପୂର୍ବତନ ରାଜ୍ୟ ଜମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ସାମ୍ବିଧାନିକ ଧାରା-୩୭୦ । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବା ସହୂଏହାକୁ ଉଚ୍ଛେଦ କରିଥିଲେ । ଏହାସହିତ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଉଭୟକୁ ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଆଗାମୀ ଦିନରେ ଜମ୍ମୁ-କାଶ୍ମୀର ପୁଣିଥରେ ରାଜ୍ୟପାହ୍ୟା ଫେରି ପାଇବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.