fbpx

ଭୁଲ୍‌ରେ ବି କରନ୍ତୁନି ଏପରି କାମ, ନ ହେଲେ ଆପଣଙ୍କ ହ୍ୱାଟସଆପ ଆକାଉଣ୍ଟ ବି ବ୍ୟାନ ହୋଇଯିବ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । ଏହାର ଫାଇନା ବହୁ ସ୍କାମର୍ସ ଉଠାଉଛନ୍ତି ଆଉ ବହୁ ନୀରିହ ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି । ଭାରତରେ ବୃଦ୍ଧି ପାଉଥିବା ଅନଲାଇନ ସ୍କାମ ଉପରେ ଲଗାମ ଲଗାଇବାକୁ ଯାଇ ହ୍ୱାଟସଆପ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ।
ଜୁଲାଇ ମାସରେ ହ୍ୱାଟସଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟସ୍ ବନ୍ଦ କରି ଦେଇଛି । ଏ ବିଷୟରେ ହ୍ୱାଟସଆପ ନିଜେ ସୂଚନା ଦେଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ହ୍ୱାଟସଆପ ସହିତ ଅଧିକାଂଶ ପ୍ଲାଟଫର୍ମ ସେମାନଙ୍କ ମାସିକ ପରିଚାଳନାଗତ ରିପୋର୍ଟ ସେୟାର କରିଥାନ୍ତି ।
ଜୁଲାଇ ୧ରୁ ୩୧ ମଧ୍ୟରେ ୭୨ ଲକ୍ଷ ଆକାଉଣ୍ଟକୁ ହ୍ୱାଟସଆପ ବନ୍ଦ କରିଦେଇଛି । ଅଧିକାଂଶ ଆକାଉଣ୍ଟ ଭାରତରେ ବୃଦ୍ଧି ପାଉଥିବା ସ୍କାମକୁ ରୋକିବା ଲାଗି ହ୍ୱାଟସଆପ ବ୍ୟାନ କରିଦେଇଛି ।

ଆମ ଦେଶରେ ବହୁ ଅନଲାଇନ ସ୍କାମ ନଜରକୁ ଆସିଛି ଯେଉଁଥିରୁ ବହୁ ସ୍କାମ ହ୍ୱାଟସଆପ ମାଧ୍ୟମରେ କରାଯାଇଛି ।
ହ୍ୱାଟସଆପକୁ ବହୁ ସମୟରେ ଅଜଣା ନମ୍ବରରୁ କଲ୍ କିମ୍ବା ମେସେଜ୍ ଆସିଥାଏ । ୟୁଜର ଏହା ରିସିଭ୍ କରିବା ପରେ ସ୍କାମର ତାଙ୍କୁ ବହୁ ଆକର୍ଷଣୀୟ ଅଫର ଦେଇଥାଏ । ସାଇବର ସ୍କାମର ଶିକାର ବହୁ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ହରାଇଥାନ୍ତି । ହ୍ୱାଟସଆପରେ ଆସୁଥିବା ବହୁ ମେସେଜ୍ କିମ୍ବା କଲ୍ ରେ ପାର୍ଟ ଟାଇମ୍ ଜବ୍ ର ଅଫର ଆସିଥାଏ । ଏଥିରେ ୟୁଜରକୁ କୌଣସି ଭିଡିଓ ବା ପେଜ୍ ଲାଇକ୍ କରିବାକୁ କୁହାଯାଇଥାଏ ।

ମେଟାର ଏହି ମେସେଜିଂ ଆପରେ ୟୁଜର୍ସଙ୍କ ନିରପତ୍ତା ଲାଗି ମଧ୍ୟ କିଛି ଅପ୍ସନ ରହିଛିି ଯାହାର ବ୍ୟବହାର କରି ସେହି ନମ୍ବରକୁ ବ୍ଲାକ କିମ୍ବା ପୋଲିସରେ ରିପୋର୍ଟ କରାଯାଇପାରିବ । ଚଳିତ ବର୍ଷ ସନ୍ଦିଗ୍ଧ କଲ୍ କିମ୍ବା ମେସେଜ୍ ଉପରେ ପୋଲିସରେ ରିପୋର୍ଟ କରିବାକୁ କୁହାଯାଇଥିଲା । ଯଦି କିଛି ଧୋକାବାଜିର ପ୍ରମାଣ ମିଳିବ ତେବେ ସେହି ଆକାଉଣ୍ଟକୁ ବନ୍ଦ କରି ଦିଆଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.