fbpx

ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ ହେଲେ କ୍ରିକେଟର: ଆତ୍ମସମର୍ପଣ କଲେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସଚିତ୍ରା ସେନାନାୟକେଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର କମିଟି । ମ୍ୟାଚ ଫିକ୍ସିଙ୍ଗ ଭଳି ଏକ ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳେ ସେ ନିଜକୁ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର ଯାଞ୍ଚ କମିଟି । ତେବେ ୩ ସପ୍ତାହ ପୂର୍ବରୁ ତାଙ୍କର ବିଦେଶ ଯାତ୍ରା ଉପରେ ରୋକ ଲଗାଇଥିଲେ ମାନ୍ୟବର ଅଦାଲତ ।

ସୂଚନା ଅନୁସାରେ, ୨୦୨୦ମସିହା ଲଙ୍କା ପ୍ରିମିୟର ଲିଗରେ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ସମ୍ପକ୍ତ ଥିବା ସ୍ୱୀକାର କରିଛନ୍ତି ସେନାନାୟକେ । ଏହି ମାମଲାରେ ସେ ୨ ଜଣ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଫିକ୍ସିଙ୍ଗ କରିବା ପାଇଁ ପ୍ରବର୍ତ୍ତାଇଥିବା ଜାଣିବାକୁ ମିଳିଛି । ତେଣୁ ଏହି ମାମଲାକୁ ନେଇ ଦନ୍ତ ଜୋର ଧରିଥିଲା । ତେବେ ଆଜି ?ଏହି ଘଟଣାରେ ଭ୍ରଷ୍ଟାଚାର କମିଟି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରଙ୍କଚ ଗିରଫ କରିଛି । ସେନାନାୟକେ ଗତ ୨୦୧୨-୨୦୧୬ ମସିହା ମଧ୍ୟରେ ମୋଟ ୪୯ଟି ଦିନିକିଆ, ୨୪ଟି ଟି-୨୦ ଏବଂ ଗୋଟିଏ ଟେଷ୍ଟ ଖେଳିଛନ୍ତି ।

୨୦୧୨ ମସିହାରେ ଦିନିକିଆରେ ପାଦ ରଖିଥିଲେ । ତେବେ ଶ୍ରୀଲଙ୍କାର ଏହି ପୂର୍ବତନ ଷ୍ଟାର ବୋଲର ବିଶେଷ କରି କ୍ୟାରମ୍ ବଲ ପାଇଁ ଅଧିକ ପରିଚିତ ହୋଇ ପାରିଥିଲେ । ସେ ଦିନିକିଆରେ ୫୩ଟି ୱିକେଟ ହାସଲ କରିଥିବା ବେଳେ ଟି-୨୦ରେ ୨୫ଟି ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.