fbpx

ଏହି ଜିନିଷ ସେବନ କରିବା ଦ୍ୱାରା ମସ୍ତିଷ୍କ ତୀକ୍ଷ୍ଣ ଭାବରେ କରେ କାମ : ଜାଣିନିଅନ୍ତୁ କ’ଣ ରହିଛି ଏହାର ରହସ୍ୟ

ଭୁବନେଶ୍ୱର : ପାଠପଢା ହେଉ କି ଚାକିରୀରେ ହେଉ ସବୁ ବେଳେ ଆମ ସମସ୍ତଙ୍କୁ ଏକ ମଜବୁତ ମସ୍ତିଷ୍କର ଆବଶ୍ୟକତା ହୋଇଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ମସ୍ତିଷ୍କ ସବୁ ବେଳେ ବହୁତ ଚାପରେ ରହୁଛି । ଏଥିଯୋଗୁଁ ମସ୍ତିଷ୍କ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ଏହାକୁ ସୁସ୍ଥ ରଖିବା ପାଇଁ ହେଲେ କିଛି ସ୍ୱତନ୍ତ୍ର ଉପାୟ ଆପଣାନ୍ତୁ ।
ଆଜି ଆମେ ଉପରି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବ ।
ଏକ ସୁସ୍ଥ ମନ କେବଳ ଆମର କାର୍ଯ୍ୟରେ ଉନ୍ନତି ଆଣି ନଥାଏ, ବରଂ ଏହା ଆମ ଜୀବନରେ ମଧ୍ୟ ଉନ୍ନତି ଦ୍ୱିଗୁଣ ଆଣେ । ଏକ ସୁସ୍ଥ ମନ ଏବଂ ତୀକ୍ଷ୍ଣ ମସ୍ତିଷ୍କ ପାଇଁ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ଆସନ୍ତୁ ଜାଣିବା ।

ଅଖରୋଟ : ଏଥିରେ ଓମେଗା-୩ ଫେଟୀ ଏସିଡ, ଭିଟାମିନ ଇ ଏବଂ ଆଣ୍ଟିଅକ୍ସିଡେଣ୍ଟସ ଭଳି ତତ୍ତ୍ୱ ରହିଥାଏ । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କକୁ ଅଧିକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିବା ସହ ବୁଝିବାର ଶକ୍ତି ମଧ୍ୟ ବଢିଥାଏ । ତେଣୁ ଏହାକୁ ନିୟମିତ ଭାବରେ ସିମିତ ପରିମାଣରେ ଖାଇବା ଉଚିତ ।

ଅଣ୍ଡା : ଏଥିରେ ପ୍ରୋଟିନ, ଭିଟାମିନ ବି ୧୨ ଏବଂ କୋଲିନ ଭଳି ପୋଷକ ତତ୍ତ୍ୱ ରହିଥାଏ । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କରେ ବିକାଶ ହୋଇଥାଏ । ଅଣ୍ଡାରେ ମିଳୁଥିବା କୋଲାଇନ ଏକ ନ୍ୟୁରୋଟ୍ରାନ୍ସମିଟର ଭାବରେ କାର୍ଯ୍ୟ କରିଥାଏ, ଯାହା ମସ୍ତିଷ୍କର କୋଷଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିଥାଏ । ନିୟମିତ ଭାବରେ ଅଣ୍ଡା ଖାଇବା ଦ୍ୱାରା ମସ୍ତିଷ୍କ କ୍ଷୀପ୍ର ବେଗରେ କାମ କରିଥାଏ, ଏହା ସହିତ କୌଣସି ଜିନିଷ ପ୍ରତି ଫୋକସ କରିବାରେ ମଧ୍ୟ ସାହାଯ୍ୟ କରେ ।

ମାଛ : ଏଥିରେ ଓମେଗା-୩ ଫେଟୀ ଏସିଡ ମିଳିଥାଏ, ଯାହାକି ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । ଏହା ମସ୍ତିଷ୍କରେ ଥିବା କୋଷଗୁଡିକର ବିକାଶ କରିବା ସହ ସେମାନଙ୍କ କାର୍ଯ୍ୟକ୍ଷମତାରେ ସୁଧାର ଆଣିଥାଏ । ଏହା ସହିତ ଅଣ୍ଡରେ ଭିଟାମିନ ବି ୧୨, ପୋଷକ ତତ୍ତ୍ୱ, ପ୍ରୋଟିନ ଏବଂ ଏମିନୋ ଏସିଡ ରହିଥାଏ । ଯାହାକି ମସ୍ତିଷ୍କକୁ ସୁସ୍ଥ ରଖେ ଏବଂ ଫୋକସ କରିବାର କ୍ଷମତାକୁ ବଢାଇଥାଏ । ତେଣୁ ସପ୍ତାହରେ ୨-୩ ଥର ମାଛ ଖାଇବା ଆବଶ୍ୟକ ।

Get real time updates directly on you device, subscribe now.