fbpx

ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ-ମାଁ ସମଲେଶ୍ୱରୀଙ୍କୁ ଏହି ସମୟରେ ଲାଗିବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୁଆଁଖାଇ’ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ସର୍ବତ୍ର ପାଳନ ହେବ । ‘ନୂଆଁଖାଇ / ନବାନ୍ନ’ ପାଳନ କରିବା ପାଇଁ ଶୁକ୍ରବାର ପବିତ୍ର ନନ୍ଦୋତ୍ସବ ତିଥିରେ ଅପରାହ୍ନ ୫ଟାରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ଓ ବିଦ୍ୱାନ ମାନେ ପାରମ୍ପରିକ ରିତିନିତି ଅନୁଯାୟୀ ‘ନୁଆଁଖାଇ’ର ଶୁଭ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ।

ପରମ୍ପରାନୁଯାୟୀ ଜନ୍ମାଷ୍ଟମୀର ପରଦିନ ନନ୍ଦୋତ୍ସବ ଦିନ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଉଥିବାରୁ ଆଜି ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସଦସ୍ୟଗଣ, ଜ୍ୟୋର୍ତିବିଦ, ପଣ୍ଡିତ ଓ ବିଦ୍ୱାନ ମାନେ ନୁଆଁଖାଇର ଲଗ୍ନ ନିର୍ଦ୍ଧାରଣ କରିଥିଲେ । ଏହା ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଦସ୍ୟ ମାନେ ମାଁ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.