fbpx

ବଢିଗଲା ୩ ମାସ ସମୟ, ମାଗଣାରେ କରିଦିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ସମସ୍ତ ଭାରତୀୟଙ୍କ ଲାଗି ଖୁସି ଖବର । ସରକାର ଆଧାର କାର୍ଡ ତଥ୍ୟ ଅପଡେଟ୍ କରାଇବାର ଶେଷ ତାରିଖକୁ ଆହୁରି ୩ ମାସ ବଢାଇ ଦେଇଛନ୍ତି । ପୂର୍ବରୁ ଏହି ଲାଷ୍ଟ ଡେଟ୍ ୧୪ ସେପ୍ଟେମ୍ବର ଥିଲା । କିନ୍ତୁ ଏବେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ମାଗଣାରେ ଆଧାର ଅପଡେଟ୍ କରିବାର ଶେଷ ତାରିଖକୁ ପୁରା ୩ ମାସ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏବେ ଆପଣ ୧୪ ଡିସେମ୍ବର ୨୦୨୩ ସୁଦ୍ଧା ଆପଣଙ୍କ ଆଧାର ତଥ୍ୟକୁ ଅପଡେଟ୍ କରିପାରିବେ ।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅଧିକରୁ ଅଧିକ ଲୋକ ଆଧାରରେ ସେମାନଙ୍କ ଡକ୍ୟୁମେଣ୍ଟକୁ ଅପଡେଟ୍ କରିବା ପାଇଁ ପ୍ରୋତ୍ସାହିତ କରିବା ଲାଗି ଏହି ତାରିଖକୁ ବଢାଇ ଦିଆଯାଇଛି । ଡକ୍ୟୁମେଣ୍ଟ ଅପଡେଟ୍ କରିବାର ସୁବିଧା my Aadhaar ପୋର୍ଟାଲ ମାଧ୍ୟମରେ ୧୪.୧୨.୨୦୨୩ ନିଃଶୁଳ୍କ ଜାରି ରହିବ ।

Get real time updates directly on you device, subscribe now.