fbpx

ଭାରତରେ ଡିଜିଟାଲ ବିପ୍ଳବ ୪୭ ବର୍ଷର କାମକୁ ମାତ୍ର ୬ ବର୍ଷରେ ସଂପନ୍ନ କରିପାରିଛି, ବିଶ୍ୱବ୍ୟାଙ୍କ ଏପରି ରିପୋର୍ଟ ଦେବା ସହ ମୋଦୀ ସରକାରଙ୍କୁ କଲା ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଡିଜିଟାଲ ବିପ୍ଳବ ୪୭ ବର୍ଷର କାମକୁ ମାତ୍ର ୬ ବର୍ଷରେ ସଂପନ୍ନ କରିପାରିଛି । ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ ଫୋନ୍ ପରି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବିନା ଭାରତର ୮୦ ପ୍ରତିଶତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହାସଲ କରିବା ଲାଗି ୪୭ ବର୍ଷ ଲାଗିଯାଇଥାନ୍ତା ଯାହା ଦେଶ ମାତ୍ର ୬ ବର୍ଷରେ ହାସଲ କରିପାରିଛି । ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜି୨୦ ପଲିସି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି । ବିଶ୍ୱବ୍ୟାଙ୍କର ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରଯାଇଛି କି ଗତ ଆର୍ଥିକ ବର୍ଷରେ ୟୁପିଆଇ କାରବାରର ମୋଟ ମୂଲ୍ୟ ଭାରତର ଜିଡିପିର ପ୍ରାୟ ୫୦ ପ୍ରତିଶତ ଥିଲା ।

ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ ଡିଜିଟାଲ ପେମେଣ୍ଟ ମାଧ୍ୟମର ଉପଯୋଗରେ ଗ୍ରାହକଙ୍କୁ ଯୋଡିବାରେ ବ୍ୟାଙ୍କର ଖର୍ଚ୍ଚ ୨୩ ଡଲାରରୁ ହ୍ରାସ ପାଇ ୦.୧ ଡଲାର ହୋଇଯାଇଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ଭାରତ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ଜରିଆରେ ୩୩ ବିଲିୟନ ଡଲାର ସଞ୍ଚୟ କରିପାରିଛି ଯାହା ଏହାର ଜିଡିପିର ୧.୧୪ ପ୍ରତିଶତ । ଜି-୨୦ ଗ୍ଲୋବାଲ ପାର୍ଟନରସିପ ଫର୍ ଫାଇନାନ୍ସିଆଲ ଇନକ୍ଲୁଜନ(ଜିପିଏଫଆଇ) ଲାଗି ଏହି ରିପୋର୍ଟ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତର ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିନିଧିତ୍ୱ କରୁଥିବା ଜି୨୦ ଇଣ୍ଡିିଆ ପ୍ରେସିଡେନ୍ସୀର ମାର୍ଗଦର୍ଶନ ଓ ଇନପୁଟ ସହାୟତାରେ ପ୍ରସ୍ତୁତ କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଭାରତ ୯ ଓ ୧୦ ସେପ୍ଟେମ୍ବରରେ ଜି୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଓ ଫାଇନାନ୍ସିଆଲ ଇନକ୍ଲୁଜନ କ୍ଷେତ୍ରରେ ଏହାର ସଫଳତାକୁ ପ୍ରଦର୍ଶିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ବିଶ୍ୱବ୍ୟାଙ୍କର ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉଠାଯାଇଥିବା ବିଭିନ୍ନ ପଦକ୍ଷେପକୁ ବି ପ୍ରଶଂସା କରାଯାଇଛି । ଏଥିରେ କୁହାଯାଇଛି କିପରି ଭାରତ ୟୁପିଆଇ ପରି ଫାଷ୍ଟ ପେମେଣ୍ଟ ସିଷ୍ଟମ ଆପଣାଇ ଦେଶର ଆର୍ଥିକ ବ୍ୟବସ୍ଥାରେ ବିଶେଷ ପରିବର୍ତ୍ତନ ଆଣିପାରିଛି ।

Get real time updates directly on you device, subscribe now.