fbpx

ଆକାଶଗଙ୍ଗାରେ ଦେଖାଗଲା ଆଉ ଏକ ନୂଆ ତାରା, ଆକାର ସୂର୍ଯ୍ୟଙ୍କ ସହ ସମାନ: କିନ୍ତୁ ଏମିତି କ’ଣ ହେଉଛି?

ନୂଆଦିଲ୍ଲୀ: ଦେଶର ମୁନ୍ ମିଶନ୍ ସଫଳତାର ସହ ଲାଣ୍ଡ କରିବା ପରେ ଚନ୍ଦଅପୃଷ୍ଠରେ ଘୁରି ବୁଲିବା ସହ ଚନ୍ଦ୍ରମାର ତଥ୍ୟ ସଂଗ୍ରହ କରୁଛି । ଏହାପରେ ବର୍ତ୍ତମାନ ଅନ୍ତରୀକ୍ଷର ବହୁ ଘଟଣା, ବିଭିନ୍ନ କାର୍ଯ୍ୟକ୍ରମ ତଥା ବିଭିନ୍ନ ଉପାଦାନ ବିଷୟ । ସୂଚନା ଦେଉଛି ରୋଭର ପ୍ରଜ୍ଞାନ । ତେବେ ଏହା ମଧ୍ୟରେ ଏକ ବଡ଼ଖବର ଦେଇଛି ଲାଣ୍ଡର ବିକ୍ରମ । ମହାକାଶରେ ଆଉ ଏକ ଉଜ୍ଜଳ ତାରା ଚିହ୍ନଟ କରାଯାଇଛି । ତେବେ ଏହା ଆକାରରେ ଖୁବ ବିଶାଳ, ଯାହାର ଆକାର ସୂର୍ଯ୍ୟଙ୍କ ଆକାର ସହ ସମାନ ବୋଲି କୁହାଯାଉଛି । ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିବା ସହ ଏହାକୁ ନେଇ ଏକ ବଡ଼ ଭବିଷବାଣୀ ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ଜିସେ ଲିସେଷ୍ଟର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏହି ତାରକାକୁ ଚିହ୍ନଟ କରିଛନ୍ତି । ସାଧାରଣତଃ ବ୍ଲାକ ହୋଲର ବିସ୍ଫୋଟ ଯାହାକୁ ଜ୍ୱରୀୟ ବ୍ୟବଧାନ ବୋଲି ମଧ୍ୟ କୁହାଯାଏ । କୌଣସି ତାରା ବ୍ଲାକ ହୋଲ ଭିତରେ ପ୍ରବେଶ କଲେ ଏହା ଏକ ଜ୍ୱରୀୟ ବ୍ୟବଧାନ ପ୍ରକଟ ହୋଇଥାଏ । ବାରମ୍ବାର ପ୍ରକାଶର ଉତ୍ସର୍ଜନ ହେବ ତାରାଟି ନଷ୍ଟ ହେବାର ମୁଖ୍ୟ ଲକ୍ଷଣବୋଲି ଜଣାଯାଇଛି । ତେବେ ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାରେ, ବାରମ୍ବାର ବିସ୍ଫୋଟ ହେଉଥିବା ମାମଲା ପ୍ରାୟତଃ ୨ ପ୍ରକାରର ହୋଇଥାଏ । ପ୍ରଥମଟି ବାର୍ଷିକ ଅନୁପାତରେ ଅର୍ଥାତ୍ ପ୍ରତିବର୍ଷ ହୋଇଥାଏ ଏବଂ ଅନ୍ୟଟି କିଛି ଘଣ୍ଟାର ଅନୁପାତରେ ହୋଇଥାଏ ।

ତେବେ ଲିସେଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ତାରାରେ ଉତ୍ସର୍ଜନ ପ୍ରକ୍ରିୟା ପ୍ରାୟ ୨୫ ଦିନରେ ଥରେ ହେଉଛି । ଏହି ତାରାକୁ ସ୍ୱିଫ୍ଟ ଜେ୦୨୩୦ ନାମ ଦିଆଯାଇଥିଲା । ଏହା ଅପେକ୍ଷାକୃତ କ୍ଷୟ ହେବା ପରିବର୍ତ୍ତେ ୭-୧୦ ଦିନ ପର୍ଯ୍ୟନ୍ତ ଉଜ୍ଜ୍ୱଳ ହୋଇ ଉଠିଥିଲା ଏବଂ ଅଚାନକ ବନ୍ଦ ହୋଇ ଯାଉଥିଲା । ପ୍ରତି ୨୫ ଦିନରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳୁଥିଲା । ତେବେ ଏହି ତାରା ଆଂଶିକ ରୂପରେ ନଷ୍ଟ ହେଉଥିବା ନେଇ ପ୍ରକାଶ କରିଛନ୍ତି ଡା. ରବର୍ଟ ଆଇଲ୍ସ-ଫେରିସ । ସୂର୍ଯ୍ୟ ଆକରର ଏକ ତାରା ବ୍ଲାକ ହୋଲ ଦ୍ୱାରା ଖଣ୍ଡ ବିଖଣ୍ଡିତ ହେଉଥିବାର ଦେଖିଥିବା କହିଛନ୍ତି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ । ଏହା ଧିରେ ଧିରେ ନଷ୍ଟ ହେଉଥିବା ସେମାନେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.