fbpx

(Video) ଗ୍ଲେନ୍ ମ୍ୟାକଗ୍ରାଥଙ୍କୁ ଆକ୍ରମଣ କଲା ଅଜଗର: ବଡ଼ ବିପଦରୁ ବଞ୍ଚିଗଲେ ମହାନ୍ କ୍ରିକେଟର

ନୂଆଦିଲ୍ଲୀ: ସାପର ନାଁ ଶୁଣିଲେ ସମସ୍ତଙ୍କ ଦେହରେ ଏକ ଭୟର ଶିହରଣ ଖେଳିଯାଏ । ବିଷାକ୍ତ ସାପ ଆକ୍ରମଣରେ ଅନେକ ସମୟରେ କିଛି ଲୋକଙ୍କର ପ୍ରାଣ ଚାଲିଯାଇଥାଏ । ତେବେ ନିକଟରେ ମହାନ୍ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥଙ୍କୁ ଏକ ଅଜଗର ସାପ ଆକ୍ରମଣ କରିଥିଲା । ମାତ୍ର ଏଥିରେ ମ୍ୟାକଗ୍ରାଥଙ୍କର କୌଣସି କ୍ଷତି ହୋଇନାହିଁ । ଏହି ଘଟଣାର ଏକ ଭିଡିଓ କ୍ରିକେଟର ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଭିଡିଓରେ ଦେଖାଯାଉଛି, ନିଜ ଘର ଭିତରକୁ ପଶି ଆସିଥିବା ଏକ ଅଜଗରକୁ ବାହାର କରିବାକୁ ମ୍ୟାକଗ୍ରାଥ ପ୍ରୟାସ କରୁଛନ୍ତି । ତେବେ ଅଚାନକ ସାପଟି ମ୍ୟାକଗ୍ରାଥଙ୍କୁ ଆକ୍ରମଣ କରିଥିଲା । ସାପଟିକୁ ବାହାରକୁ ନେବାକୁ ପ୍ରୟାସ କରୁଥିବା ବେଳେ ସାପଟି ଅଚାନକ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ପରବର୍ତ୍ତୀ ସମୟରେ ଏକ ପୋଛା ଷ୍ଟାଣ୍ଡ ସହାୟତାରେ ମ୍ୟାକଗ୍ରାଥ ଅଜଗରଟିକୁ ବାହାରକୁ ନେଇଯାଇଥିଲେ । ଏହି ସମସ୍ତ ଘଟଣାର ଏକ ଭିଡିଓ ସେ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ।

ବିଶ୍ୱର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ମ୍ୟାକଗ୍ରାଥ । ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ କିପରି ସୁଚତୁର ବୋଲିଂ କରି ଆଉଟ୍ କରାଯାଏ, ସେହି ଟେକନିକ ଭଲ ଭାବରେ ଜାଣନ୍ତି ମ୍ୟାକଗ୍ରାଥ । ତାଙ୍କର ଶାଣିତ ବୋଲିଂ ପାଇଁ ଅଷ୍ଟ୍ରେଲିଆ ୧୯୯୯ ଓ ୨୦୦୩ ଦିନିକିଆ ବିଶ୍ୱକପରେ ଚାମ୍ପିୟନ ହୋଇ ପାରିଥିଲା । ସେ ୨୫୦ଟି ଦିନିକିଆ ଖେଳି ୩୮୧ଟି ୱିକେଟ ଅକ୍ତିଆର କରିଥିଲେ । ସେ ୯ ଥର ୪ଟି ଓ ୭ ଥର ୫ଟି ୱିକେଟ ହାସଲ କରିଥିଲେ । ସେ ୧୨୪ଟି ଟେଷ୍ଟ ଖେଳି ୫୬୩ଟି ୱିକେଟ୍ ହାସଲ କରିଥିଲେ । ୨୦୦୩ ବିଶ୍ୱକପ ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରି ସେ ଚର୍ଚ୍ଚାରେ ରହିଥିଲେ ।

 

View this post on Instagram

 

A post shared by Glenn McGrath (@glennmcgrath11)

 

Get real time updates directly on you device, subscribe now.