fbpx

(Video) ଏଇ ଛୋଟ ଝିଅଟି କିଏ? ଆମେରିକା ରାଷ୍ଟ୍ରପତି ଏହି ଝିଅ ସହ ଆଲିଙ୍ଗନ କରିବା ସହିତ କଥା ହେଲେ କାହିଁକି

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବର ୯-୧୦ରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟମାନେ ଏବେ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଉଛି । ତେବେ ଆଜି ସନ୍ଧ୍ୟାରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭାରତ ଆସିଥିବା ବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ବାଇଡେନ ଭାରତ ଗସ୍ତ କରିବା ଅବସରରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ । ତେବେ ଏହି ସମୟରେ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଗୋଟିଏ ଛୋଟ ଝିଅ ସହ କଥା ହୋଇଥିଲେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ତେବେ ଏହି ଝିଅ ସହ ବାଇଡେନ ଆଲିଙ୍ଗନ କରିବା ଓ କଥା ହେବାକୁ ନେଇ ଏବେ ଚାରିଆଡ଼େ ବେଶି ଚର୍ଚ୍ଚା ହେବାରେ ଲାଗିଛି । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ‘କିଏ ଏଇ ଝିଅ?’

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଛୋଟ ଝିଅଟି ଚର୍ଚ୍ଚାର ଘେରରେ ରହିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି ଭାରତରେ ଶପଥ ନେବା ସମୟରେ ମଧ୍ୟ ଏହି ଝିଅକୁ ଦେଖିବାକୁ ମିଳିଥିଲା । ଏହି ଝିଅଟି ହେଉଛି ଗାର୍ସେଟ୍ଟିଙ୍କ ଝିଅ ମାୟା । ବାଇଡେନଙ୍କୁ ସ୍ୱାଗତ କରିବାକୁ ଗାର୍ସେଟ୍ଟି ବିମାନନ୍ଦରକୁ ଯାଇଥିବା ସମୟରେ ମାୟା ମଧ୍ୟ ସେଠାକୁ ଯାଇଥିଲା । ତେଣୁ ଏହି ଅବସରରେ ବାଇଡେନ ମାୟା ସହିତ ହାତ ମିଳାଇବା ସହିତ କଥା ହୋଇଥିଲେ । ଏହାପରେ ଏହି ଝିଅ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.