fbpx

(Video) ମନ୍ଦିର ଭିତରେ ସ୍ୱୟଂ ଭଗବାନଙ୍କ ସହ ରହୁଥିଲା ଝିଅ: ୧୨ ବର୍ଷ ପରେ ଖୋଲିଲା ଅଭିଶପ୍ତ ମନ୍ଦିର

ସାରା ଭାରତରେ ବିଭିନ୍ନ ମନ୍ଦିରରେ କୋଟି କୋଟି ଦୋବାଦେବୀଙ୍କୁ ପୂଜା କରାଯାଇଥାଏ । ଅନେକ ବିଶ୍ୱାସ ନେଇ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ଲୋକମାନେ ନିଜ ଇଷ୍ଟ ଦେବତାଙ୍କୁ ପୂଜା କରିଥାନ୍ତି । ଏହାଛଡ଼ା ଅଧିକାଂଶ ମନ୍ଦିର ପଛରେ ଅନେକ ପୁରୁଣା କାହାଣୀ ମଧ୍ୟ ଲୁଚି ରହିଛି । ସେହି କାହାଣୀ ଅନୁସାରେ, ଦେବାଦେବୀଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ମଧ୍ୟ ଜାଗ୍ରତ ହୋଇଥାଏ । ସେହିଭଳି ଏକ ମନ୍ଦିର ହେଉଛି ରାଜସ୍ଥାନର ପ୍ରାଚୀନ ଶିବ ମନ୍ଦିର । ଯାହା ଭିତରେ ୧୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଯାଇଥିଲା ଗୋଟିଏ କୁନି ଝିଅ ।

ଏ ଘଟଣା ହେଉଛି ୧୯୮୨ ମସିହାର , ଗାଁରେ ଉତ୍ସବ ଚାଲିଥାଏ ଆଉ ଉତ୍ସବକୁ ସମସ୍ତେ ମନଭରି ଉପଭୋଗ କରୁଥିବା ବେଳେ ସମୟ ଆସି ପହଂଚିଥିଲା ମନ୍ଦିର ପହଡ ପଡିବାର । ଯାହା ପୁଣି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୨ ବର୍ଷ ପାଇଁ ଆଉ ବାର ବର୍ଷ ପରେ ପୁଣିଥରେ ମନ୍ଦିରର ଦ୍ୱାର ଖୋଲିବାର ପ୍ରଥା ରହିଛି । ପ୍ରଥା ଅନୁସାରେ ଗାଁ ଲୋକ ମିଶି ମନ୍ଦିରର ଦ୍ୱାରକୁ ବନ୍ଦ କର ିଦେଇ ସମସ୍ତେ ନିଜ ନିଜ ଘରକୁ ଚାଲି ଯାଇଥିଲେ । ଧିରେ ଧିରେ ସଂଜ ବୁଡିବା ସାଙ୍ଗକୁ ରାଠୋର ଘର ଲୋକେ ଶ୍ରଦ୍ଧାକୁ ଖୋଜନ୍ତି ମାତ୍ର ଶ୍ରନ୍ଧାର କୌଣସି ପତ୍ତା ମିଳେନି । ଖୋଜାକୋଜି କରିବାରୁ ଶ୍ରଦ୍ଧା ମନ୍ଦିର ଭିତରେ ବନ୍ଦ ହୋଇ ଯାଇଥିଲା ଜଣା ପଡ଼ିଲା, ସେପଟେ ମନ୍ଦିର ୧୨ ବର୍ଷ ପାଇଁ ବନ୍ଦ ହୋଇ ସାରିଛି । ଅଭିଶପ୍ତ ମନ୍ଦିର ଭିତରୁ ଝିଅକୁ ଖୋଲିବା ପାଇଁ ପରିବାର ଳୋକେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଗାଁ ଲୋକେ ୧୨ ବର୍ଷ ପୂର୍ବରୁ ମନ୍ଦିର ଦ୍ୱାର ଖୋଲିବାକୁ ରାଜି ହୋଇ ନଥିଲେ । କାରଣ ଭୁଲରେ ବି ଯଦି ମନ୍ଦିରର ଦ୍ୱାର ଖୋଲାଯାଏ ତେବେ ମହାପ୍ରଳୟ ଆସିପାରେ ବୋଲି ସେମାନେ ବିଶ୍ୱାସ କରନ୍ତି । ଶେଷରେ ବାପା ମାଆ ନିରୁପାୟ ହୋଇ ମହାଦେବଙ୍କ ହାତରେ ଝିଅକୁ ଟେକି ଦେଇଥିଲେ ।

ଏପଟେ ମନ୍ଦିରର ଗୋଟେ କୋଣରେ ଶୋଇ ପଡିଥିବା କୁନି ଝିଅଟି ଆଖି ଖୋଲି ଦେଖେ ତ ମନ୍ଦିର ଭିତର ପୁରା ଶୂନଶାନ ହୋଇଯାଇଥାଏ । ସେଠୁ ବାହାରିବାର ବାଟ ତା ପାଖରେ ନଥାଏ । ଭୟରେ ଥରୁଥିବା ବେଳେ ହଠାତ ଏକ ଉଜ୍ୱଳମୟ ଆଲୋକ ଦେଖାଗଲା । ଘଣ୍ଟ ଘଣ୍ଟା ଶବ୍ଦରେ ପୁରା ମନ୍ଦିର କମ୍ପି ଉଠିଥିଲା ।ଏହି ସମୟରେ ଏକ ଅଦୃଶ୍ୟ ଶକ୍ତିକୁ ଦେଖି ହାତ ଯୋଡି ସେଇଠି ଚେତାଶୂନ୍ୟ ହୋଇଯାଏ ଶ୍ରଦ୍ଧା ।

ସମୟ ବିତିବା ସହିତ ୧୨ ବର୍ଷ ବିତିଗଲା । ପୂଜକ ଯେତେବେଳ ମନ୍ଦିରର ଦ୍ୱାର ଖୋଲନ୍ତି, ଏହି ସମୟରେ ମନ୍ଦିର ସମସ୍ତଙ୍କର ପାଟି ଶୁଣି ଶ୍ରଦ୍ଧା ଉଠି ପଡ଼ିଲା । ଏହି ୧୨ ବର୍ଷ ତାକୁ ଯେମିତି ୧୨ ମିନିଟ ପରି ଲାଗୁଥାଏ , ଆଉ ଯେମିିତି କିଛି ସ୍ୱପ୍ନ ଦେଖୁଥିଲା । ଝିଅକୁ ଦେଖି ବାପା ମାଆ ଘରକୁ ଆଣିବାକୁ ବାଦ୍ଧ୍ୟ କରିଥିଲେ । କିନ୍ତୁ ପରିବାର ପାଖକୁ ଫେରିଯିବାର ଶ୍ରଦ୍ଧାର ଆଦୌ ଆଗ୍ରହ ନଥାଏ । କାରଣ ତା ମନରୁ ସବୁ ମୋହ ମାୟା ଉଭେଇ ଯାଇଥାଏ । ୧୨ ବର୍ଷ ଧରି ସେ ମନ୍ଦିରରେ ବନ୍ଦି ହେବା ଯୋଗୁଁ ସେ ଭଗବାନଙ୍କ ଭକ୍ତିରେ ନିଜକୁ ମେଯିତି ସମର୍ପି ଦେଇଥିଲା । ତେବେ ୧୨ ବର୍ଷ ପର୍ଯ୍ୟନ୍ତ ସେ ମନ୍ଦିର ଭିତରେ କଣ ଖାଉଥିଲା, କଣ କରୁଥିଲା ଏବଂ କେମିତି ରହୁଥିଲା ତାହା ଏବେ ବି ରହସ୍ୟ ହୋଇ ରହିଛି । ଏ ନେଇ ପ୍ରଶ୍ନ ପଚାରିଲେ ମଧ୍ୟ ଶ୍ରଦ୍ଧାର ଏହାର କୌଣସି ଉତ୍ତର ଦେଇ ନଥିଲା ।

Get real time updates directly on you device, subscribe now.